ପିଡ଼ିଏସ ଚାଉଳ ବୋଝେଇ ଏକ ପିକ ଅପ ଭ୍ୟାନ ଭାରସାମ୍ୟ ହରାଇ ଓଲଟି ପଡିବାରୁ ୨୫ ଜଣ ଗ୍ରାମବାସୀ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରେ କେତେକ ମହିଳା ମଧ୍ୟ ଅଛନ୍ତି।

୧୦ ଜଣ ଆହତଙ୍କୁ ପ୍ରାଥମିକ ଚିକିତ୍ସା ପରେ ଛାଡି ଦିଆଯାଇଥିବା ବେଳେ ଅନ୍ୟ ୧୫ ଜଣ ଲହୁଣୀପଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଏବଂ ରାଉରକେଲା ସରକାରୀ ହସପିଟାଲ ରେ ଚିକିତ୍ସିତ ହେଉଛନ୍ତି। ଘଟଣା ଘଟିଛି ସୁନ୍ଦରଗଡ଼ ଜିଲ୍ଲା ଲହୁଣୀପଡା ଥାନା ଅଞ୍ଚଳରେ। ଚାଉଳ ବୋଝେଇ ଏକ ପିକ ଅପ ଭ୍ୟାନ ଯାଉଥିବା ବେଳେ ବରସୁଆଁ ନିକଟ ଭୂତୁଡା ଠାରେ ଓଲଟି ପଡିଥିଲା। ଫଳରେ ଭ୍ୟାନରେ ଥିବା ସମସ୍ତେ ଆହତ ହୋଇଥିଲେ। ଘଟଣାର ପୋଲିସ ତଦନ୍ତ ଚାଲିଛି।