କେନ୍ଦ୍ରୀୟ ବିଦ୍ୟାଳୟରେ କୋଭିଡ ଅନାଥ ପିଲାଙ୍କୁ ଆଡ଼ମିଶନ ଏବଂ ଏମପି କୋଟା ଉଚ୍ଛେଦ ଏକ ସ୍ୱାଗତଯୋଗ୍ୟ ପଦକ୍ଷେପ।

0 462

କେନ୍ଦ୍ରୀୟ ବିଦ୍ୟାଳୟରେ ଏମ୍ ପି କୋଟା ଉଚ୍ଛେଦ ଏବଂ କୋଭିଡରେ ଅନାଥ ହୋଇଥିବା ପିଲାଙ୍କୁ ପାଠ ପଢ଼ିବାର ସୁଯୋଗ ନିଶ୍ଚିତ ଭାବେ ଏକ ସ୍ୱାଗତଯୋଗ୍ୟ ପଦକ୍ଷେପ ।କୋଭିଡ଼ରେ ମୃତ୍ୟୁ ବରଣ କରିଥିବା ବାପା , ମା ଙ୍କ ପିଲାଙ୍କୁ ଏହି କେନ୍ଦ୍ରୀୟ ବିଦ୍ୟାଳୟରେ ପାଠ ପଢ଼ିବା ସୁଯୋଗ ଦେବା ଦ୍ୱାରା ସେମାନଙ୍କ ମନୋବଳ ବୃଦ୍ଧି ପାଇବା ଦ୍ୱାରା ସଠିକ ଶିକ୍ଷା ପାଇ ପାରିବେ।


ଗୋଟିଏ ବର୍ଷରେ ୧୦ ଜଣ କୋଭିଡ଼ ଅନାଥଙ୍କୁ କେନ୍ଦ୍ରୀୟ ବିଦ୍ୟାଳୟରେ ଆଡମିଶନ ଦେବାର ନିଷ୍ପତ୍ତି ହୋଇଛି। ଗୋଟିଏ କେନ୍ଦ୍ରୀୟ ବିଦ୍ୟାଳୟରେ ବର୍ଷକୁ ୧୦ ଜଣ ଏବଂ ଗୋଟିଏ ଶ୍ରେଣୀରେ ଦୁଇଜଣଙ୍କୁ ଆଡ଼ ମିଶନ ଦିଆଯିବାର ବ୍ୟବସ୍ଥା ରହିଛି।
ସେହିପରି କେନ୍ଦ୍ରୀୟ ବିଦ୍ୟାଳୟ ରେ ଏମ୍ ପି କୋଟା ଉଚ୍ଛେଦ ନିଶ୍ଚିତ ଭାବେ ଏକ ସମୟୋଚିତ ପଦକ୍ଷେପ। ବିଦ୍ୟାଳୟରେ ସାଂସଦ କୋଟା ରଖିବାର କୌଣସି ଯଥାର୍ଥତା ନଥିଲା ବୋଲି ବୁଦ୍ଧିଜୀବୀ ମାନେ ମତପୋଷଣ କରିଥିଲେ। ଅପର ପକ୍ଷରେ ଏହି କୋଟା ର ଦୁରୋପଯୋଗ ହେଉଥିବାର ବହୁ ଅଭିଯୋଗ ମଧ୍ୟ ରହିଛି। ଏପରିକି କେଭି ରେ ଥିବା ସାଂସଦ କୋଟା ସିଟ ର କଳା ବଜାରୀ ହେଉଥିବା ଅଭିଯୋଗ ମଧ୍ୟ ହୋଇଛି। ଏମ ପି ଙ୍କ ପାଖ ଲୋକ କିମ୍ବା ଅଫିସ କର୍ମଚାରୀ ମାନେ ଅର୍ଥ ନେଇ କିମ୍ବା ପ୍ରଭାବଶାଳୀ ଲୋକଙ୍କ ପିଲାଙ୍କ ଆଡ଼ମିଶନ ଲାଗି ସୁପାରିଶ କରିବା ଲାଗି ଏମ ପି ଙ୍କ ଠାରୁ ପତ୍ର ଲେଖାଇ ଥିବା ନଜିର ରହିଛି। ବିଳମ୍ବରେ ହେଲେ ମଧ୍ୟ ଏମପି କୋଟା ଉଚ୍ଛେଦ ଏବଂ କୋଭିଡ ଅନାଥ ପିଲାଙ୍କୁ କେନ୍ଦ୍ରିୟ ବିଦ୍ୟାଳୟ ରେ ଆଡ଼ମିଶନ ଦେବା ନିଷ୍ପତ୍ତି ନିଶ୍ଚିତ ଭାବେ ଏକ ସ୍ୱାଗତ ଯୋଗ୍ୟ ପଦକ୍ଷେପ।

Leave A Reply

Your email address will not be published.