ଆଜିଠାରୁ ରାଉରକେଲା ସମେତ ରାଜ୍ୟର ସମସ୍ତ ସ୍କୁଲରେ ପାଠପଢା ବନ୍ଦ ରହିଛି।। ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଯୋଗୁଁ ୩୦ ଏପ୍ରିଲ ପର୍ଯ୍ୟନ୍ତ ସ୍କୁଲ ବନ୍ଦ

0 484

ରାଜ୍ୟର ସମସ୍ତ ସ୍କୁଲ ଆଜିଠାରୁ ବନ୍ଦ ରହିଛି। ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଆଜିଠାରୁ ୫ ଦିନ ଲାଗି ସ୍କୁଲ ଗୁଡିକ ବନ୍ଦ ରଖାଯାଇଛି। ଆସନ୍ତା ୩୦ ତାରିଖ ପର୍ଯ୍ୟନ୍ତ ସ୍କୁଲ ବନ୍ଦ ରହିବ।

ସମସ୍ତ ସରକାରୀ , ସରକାରୀ ଅନୁଦାନ ପ୍ରାପ୍ତ , ଘରୋଇ ଇଂରାଜୀ , ଓଡ଼ିଆ ମାଧ୍ୟମ ବିଦ୍ୟାଳୟ ଲାଗି ଏହି ନିୟମ ଲାଗୁ କରାଯାଇଛି। ମାତ୍ର ୧୦ମ ଏବଂ ଯୁକ୍ତ ୨ ପରୀକ୍ଷା ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ହେବ। ଲଗାତାର ଭାବେ ଗ୍ରୀଷ୍ମପ୍ରବାହ ଲାଗି ରହିଥିବାରୁ ସ୍କୁଲ ଛୁଟି ସମୟ ରେ ପରିବର୍ତ୍ତନ କରିବା ଲାଗି ଅଭିଭାବକ ଏବଂ ସ୍କୁଲ କର୍ତ୍ତୃପକ୍ଷ ଦାବି କରି ଆସୁଥିଲେ। ଏବେ ସ୍କୁଲ ଗୁଡିକରେ ଗ୍ରୀଷ୍ମ ଛୁଟି କରାଗଲେ ପାଠପଢା ବହୁ ପରିମାଣରେ ପ୍ରଭାବିତ ହେବାର ଆଶଙ୍କା ରହିଛି। ତେଣୁ ଗ୍ରୀଷ୍ମ ଛୁଟିରେ କୋୖଣସି ପରିବର୍ତ୍ତନ ନକରି ହିଟ ୱେଭ ଆଧାରରେ ପାଞ୍ଚଦିନ ଲାଗି ଛୁଟି କରାଯାଇଛି। ପାଗକୁ ଦେଖି ପରବର୍ତ୍ତୀ ନିଷ୍ପତ୍ତି ନିଆଯିବ। ତେବେ ଏହି ସମୟରେ ଶିକ୍ଷକ ଶିକ୍ଷୟିତ୍ରୀ ପୂର୍ବପରି ସ୍କୁଲକୁ ଆସିବେ ଏବଂ ପରୀକ୍ଷା ସହ ନାମ ଲେଖା ପ୍ରକ୍ରିୟା ଜାରି ରହିବ। ରାଜ୍ୟ ଗଣ ଶିକ୍ଷା ବିଭାଗ ପକ୍ଷରୁ ଏପରି ନିଷ୍ପତ୍ତି ନିଆଯାଇଛି।

Leave A Reply

Your email address will not be published.