ରେଳମନ୍ତ୍ରୀଙ୍କ ହସ୍ତକ୍ଷେପ ପରେ ବନ୍ଦ ରହିଥିବା ମାଲଗୋଦାମ-
ବି ଏସ ଏନ ଏଲ ଛକ ରାସ୍ତା କାମ ଆରମ୍ଭ।। ଲୋକଙ୍କ ବୃହତ୍ତର ସ୍ଵାର୍ଥ ଦୃଷ୍ଟିରୁ ନିଆଗଲା ନିଷ୍ପତ୍ତି।

0 471

ଚାରିବର୍ଷ କାମ ବନ୍ଦ ରହିବା ପରେ ପୁଣି ଆରମ୍ଭ ହୋଇଛି ମାଲଗୋଦାମ- ରେଲୱେ କଲୋନୀ ରାସ୍ତା କାମ। ବାସନ୍ତୀ କଲୋନୀରୁ
ବି ଏସ ଏନ ଏଲ ଛକ ପର୍ଯ୍ୟନ୍ତ ପାଖା ପାଖି ପ୍ରାୟ ୪ କିଲୋମିଟର ରାସ୍ତା କାମ ୨୦୧୭ ମସିହାରେ ଆରମ୍ଭ ହୋଇଥିଲା। ବର୍ଷକ ମଧ୍ୟରେ କାମ ସାରିବାର ନିଷ୍ପତ୍ତି ନିଆଯାଇଥିଲା।

୮୦ ପ୍ରତିଶତ କାମ ସରି ଯାଇଥିବା ବେଳେ ରେଲୱେ କଲୋନୀ ପୋଖରୀ ପାଖରୁ ମାଲଗୋଦାମ ସାଇଡିଂ ପର୍ଯ୍ୟନ୍ତ କାମ ବନ୍ଦ ରହିଥିଲା। ଏହି ଏରିଆ ରେଳବାଇ ର ଜାଗା ହୋଇଥିବାରୁ ରେଳ ବିଭାଗ ଜିଲ୍ଲା ପ୍ରଶାସନ କୁ ଜମି ବାବଦ ୧୧୦ କୋଟି ଟଙ୍କା ଦାଖଲ କରିବାକୁ କହିଥିଲେ। ଏହାପରେ ଏହି ରାସ୍ତା କାମ ବିବାଦୀୟ ହୋଇ ବନ୍ଦ ହୋଇଯାଇଥିଲା। ନିକଟରେ ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଙ୍କ ଝାରସୁଗୁଡା ଗସ୍ତ ସମୟରେ ସମସ୍ୟାର ସମାଧାନ ଲାଗି ବିଜେପି ର ଏକ ପ୍ରତିନିଧି ଦଳ ମନ୍ତ୍ରୀଙ୍କୁ ଭେଟିଥିଲେ। ସୁନ୍ଦରଗଡ଼ ସାଂସଦ ଜୁଏଲ ଓରାମଙ୍କ ନିର୍ଦେଶ କ୍ରମେ ବିଜେପି ନେତା ନିହାର ରାୟ ଙ୍କ ନେତୃତ୍ୱରେ ଏହି ଟିମ ରେଳମନ୍ତ୍ରୀ ସହ ଆଲୋଚନା କରିଥିଲେ। ସମସ୍ୟାର ସମାଧାନ ଲାଗି ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ରେଳବାଇ ର ଉଚ୍ଚ ଅଧିକାରୀଙ୍କୁ ନିର୍ଦେଶ ଦେଇଥିଲେ। ଲୋକଙ୍କ ବୃହତ୍ତର ସ୍ୱାର୍ଥ ଦୃଷ୍ଟିରୁ ଶେଷରେ ରେଳବାଇ କର୍ତ୍ତୃପକ୍ଷ ରାସ୍ତା କାମ କରିବାକୁ ଅନୁମତି ଦେଇଥିଲେ । ଏହାପରେ ବିବାଦିତ ଜମିରେ ଥିବା ଦଖଲ ହଟାଯାଇ ରାସ୍ତା କାମ ଆରମ୍ଭ ହୋଇଛି।

Leave A Reply

Your email address will not be published.