ରାସ୍ତାକଡ଼ ଜଳଛତ୍ର କେତେଦୂର ସୁରକ୍ଷିତ!।। ୱାଟର ଫିଲଟର ମେସିନ ଲଗାଇବାକୁ ବୁଦ୍ଧିଜୀବୀଙ୍କ ପରାମର୍ଶ।

0 397

ପ୍ରବଳ ଗ୍ରୀଷ୍ମରେ ପଥଚାରୀଙ୍କୁ ପାନୀୟ ଜଳ ଯୋଗାଇଦେବା ଲାଗି ରାଉରକେଲା ମହାନଗର ନିଗମ ପକ୍ଷରୁ ସହରରେ ଖୋଲାଯାଇଛି ୨୦ ରୁ ଉର୍ଦ୍ଧ୍ବ ଜଳଛତ୍ର। ମହାନଗର ନିଗମ ବ୍ୟତୀତ ଅନ୍ୟ କେତେକ ଘରୋଇ ଅନୁଷ୍ଠାନ ମଧ୍ୟ ଜଳଛତ୍ର ଖୋଲିଛନ୍ତି।

ଉଦେଶ୍ୟ ବହୁତ ମହତ। କିନ୍ତୁ ଏହି ଜଳଛତ୍ରରେ ସକାଳେ ଟ୍ୟାଙ୍କର ଯୋଗେ ପାଣି ଭର୍ତ୍ତି କରିଦେବା ପରେ ଆଉ କେହି ଦେଖିବାକୁ ନାହିଁ। ଅଧିକାଂଶ ଜଳଛତ୍ରରେ ପାଣିଦେବାକୁ କେହି ଲୋକ ନାହାନ୍ତି। ଫଳରେ ସେଠାରେ ଜୀବଜନ୍ତୁ ପଶି ଅପରିଷ୍କାର ପରିବେଶ ସୃଷ୍ଟି କରିବାର ସମ୍ଭାବନା ରହିଛି। ଅନ୍ୟପକ୍ଷରେ ଟ୍ୟାଙ୍କର ରେ ଆସୁଥିବା ପାଣି କେତେ ଦୂର ବିଶୁଦ୍ଧ ତାହା ଯାଞ୍ଚ ଯୋଗ୍ୟ। ଗୁରୁବାର ଦିନ ମାଲକାନଗିରି ଜିଲ୍ଲାରେ ଜଳଛତ୍ରରୁ ପାଣି ପିଇ ଜଣେ ନବଳିକାଙ୍କ ସମେତ ୩ ଜଣ ଗୁରୁତର ଅସୁସ୍ଥ ହୋଇ ଡାକ୍ତରଖାନା ରେ ଚିକିତ୍ସିତ ହେଉଛନ୍ତି। ଜଳଛତ୍ରର ଚିନ୍ତାଧାରା ୫୦ ବର୍ଷ ପୂର୍ବରୁ କରାଯାଇଥିଲା। ଏବେ ସମୟ ବଦଳୁଛି। ଲୋକଙ୍କୁ ବିଶୁଦ୍ଧ ପାନୀୟ ଜଳ ଯୋଗାଇବାକୁ ସରକାର ବହୁ ଯୋଜନା କରୁଛନ୍ତି । ଅର୍ଥ ର ମଧ୍ୟ ଅଭାବ ନାହିଁ। ତେଣୁ ମାଠିଆ ରେ ପାଣି ଭରି ଜଳଛତ୍ର ଖୋଲିବା ଅପେକ୍ଷା ବିଭିନ୍ନ ସ୍ଥାନରେ ଜଳ ବିଶୁଦ୍ଧି କରଣ ମେସିନ ଲଗାଇ ଲୋକଙ୍କୁ ପନ୍ୟା ଜଳ ଯୋଗାଇ ଦେବାକୁ ବୁଦ୍ଧିଜୀବୀ ମାନେ ମତରଖିଛନ୍ତି। ଏପରି ହେଲେ ଲୋକମାନେ ବିଶୁଦ୍ଧ ଏବଂ ସୁରକ୍ଷିତ ପାନୀୟ ଜଳ ପାଇବା ସହ ସ୍ଥାୟୀ ଭାବେ ଲୋକଙ୍କୁ ରାସ୍ତା କଡରେ ପାନୀୟ ଜଳ ଯୋଗାଣ କରାଯାଇ ପାରିବ।

Leave A Reply

Your email address will not be published.