ଓଡିଶା ରାଜ୍ୟପାଳ ପ୍ରଫେସର ଗଣେଶି ଲାଲ ଙ୍କ ଏକ ଦିବାସୀୟ ରାଜଗାଙ୍ଗପୁର ଗସ୍ତ।। ଡାଲମିଆଁ ସିମେଣ୍ଟ କମ୍ପାନୀ ର ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦାନ ।

0 438

ଓଡିଶା ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ତାଙ୍କର ଏକ ଦିବସୀୟ ରାଜଗାଙ୍ଗପୁର ଗସ୍ତ ସାରି ଫେରି ଯାଇଛନ୍ତି।

ଗୁରୁବାର ସକାଳେ ତପସ୍ୱିନୀ ଏକ୍ସପ୍ରେସ ଯୋଗେ ରାଜଗାଙ୍ଗପୁର ରେ ପହଞ୍ଚିବା ପରେ ତାଙ୍କୁ ଵିଭିନ୍ନ ସଙ୍ଗଠନ ପକ୍ଷରୁ ସ୍ୱାଗତ କରାଯାଇଥିଲା। ସୁନ୍ଦରଗଡ଼ ଜିଲ୍ଲାପାଳ ନିଖିଲ ପବନ କଲ୍ୟାଣ , ଏସ ପି ସାଗରିକା ନାଥ , ଡାଲମିଆଁ ସିମେଣ୍ଟ ର ପଦାଧିକାରୀଙ୍କ ସମେତ ସହରର ବହୁ ଜନସାଧାରଣ ରାଜ୍ୟପାଳଙ୍କୁ ସ୍ୱାଗତ କରିଥିଲେ। ପରେ ରାଜ୍ୟପାଳ ଡାଲମିଆଁ ଇଣ୍ଡଷ୍ଟ୍ରିଆଲ ଟ୍ରେନିଂ ଇନଷ୍ଟିଚ୍ୟୁଟର ରୌପ୍ୟ ଜୟନ୍ତୀ ଏବଂ ନୀଳାଚଳ ଫଉଣ୍ଡସନ ର କାର୍ଯ୍ୟକ୍ରମରେ ଯୋଗଦେଇଥିଲେ। ରାଜ୍ୟପାଳ
ଡାଲମିଆଁ ପବ୍ଲିକ ସ୍କୁଲ ର ଏକ କାର୍ଯ୍ୟକ୍ରମରେ ମଧ୍ୟ ଯୋଗ ଦେଇଥିଲେ ।

Leave A Reply

Your email address will not be published.