ସ୍କୁଲ ବସ , ଅଟୋ , ଭ୍ୟାନ ଯାଞ୍ଚରେ ୨ଲକ୍ଷ ୧୫ହଜାର ଟଙ୍କା ଜରିମାନା।। ଛାତ୍ରଛାତ୍ରୀ ଙ୍କ ସୁରକ୍ଷିତ ଯିବା ଆସିବା ଉଦ୍ଧେଶ୍ୟରେ ରାଉରକେଲା ପରିବହନ ବିଭାଗ ପକ୍ଷରୁ ଯାଞ୍ଚ।

0 451

ସ୍କୁଲ ଛାତ୍ରଛାତ୍ରୀ ଙ୍କୁ ନେବା ଆଣିବା କରୁଥିବା ବସ , ଅଟୋ , ଭ୍ୟାନ ଗୁଡିକ କେତେଦୂର ସଡକ ସୁରକ୍ଷା ନିୟମ କୁ ମାନୁଛନ୍ତି , ତାର ଯାଞ୍ଚ ଆରମ୍ଭ ହୋଇଯାଇଛି। ସାରା ରାଜ୍ୟରେ ଏହି ଯାଞ୍ଚ ପ୍ରକ୍ରିୟା ଏକ ସପ୍ତାହ ଧରି ଚାଲିବାକୁ ଥିବାବେଳେ ରାଉରକେଲା ପରିବହନ ବିଭାଗ ପକ୍ଷରୁ ଗୁରୁବାର ଠାରୁ ଯାଞ୍ଚ ଆରମ୍ଭ ହୋଇଛି।

ପ୍ରଥମ ଦିନରେ ଯାଞ୍ଚ କରାଯାଇଥିବା ୩୧ ଟି ଯାନ ରୁ
୨ ଲକ୍ଷ ୧୫ ହଜାର ଟଙ୍କା ଜରିମାନା ଆଦାୟ କରାଯାଇଛି। ସଡକ ସୁରକ୍ଷା ନିୟମର ବିଭିନ୍ନ ଧାରାକୁ ଉଲଙ୍ଘନ କରି ଗାଡି ଚଳାଉଥିବାରୁ ଏହି ଜରିମାନା କରା ଯାଇଛି। ଜରିମାନା ଦେଇଥିବା ଯାନ ମଧ୍ୟରେ ସ୍କୁଲ ବସ , ଅଟୋ , ଭ୍ୟାନ ଆଦି ରହିଛି। ସ୍କୁଲ ଛାତ୍ରଛାତ୍ରୀଙ୍କ ବିଭିନ୍ନ ପ୍ରକାର ଯାନ ରେ ସ୍କୁଲ ଯିବା ଆସିବା କୁ ସୁରକ୍ଷିତ କରିବା ଉଦ୍ଧେଶ୍ୟରେ ଏହି ଯାଞ୍ଚ କରାଯାଉଛି ବୋଲି ରାଉରକେଲା ପରିବହନ ଅଧିକାରୀ ବିଶ୍ୱରାଜ ବେହେରା କହିଛନ୍ତି। ଏହି ଯାଞ୍ଚ ରେ ସହକାରୀ ଏମ୍ ଭି ଆଇ ପର୍ଶୁରାମ ସାହୁ , କନିଷ୍ଠ ଏମ୍ ଭି ଆଇ ସାବିତ୍ରୀ ହେମ୍ବ୍ରମ , ଟ୍ରାଫିକ ଅଧିକାରୀ ସୁଧୀର ଖାଲକୋ ପ୍ରମୁଖ ସାମିଲ ଥିଲେ।

Leave A Reply

Your email address will not be published.