ଟ୍ରାନ୍ସପୋର୍ଟ ବ୍ୟବସାୟୀ ହତ୍ୟାକାଣ୍ଡର ପର୍ଦାଫସ।। ଟ୍ରକ ଲୁଟ ଲାଗି ହତ୍ୟା କରାଯାଇଥିଲା।। ହତ୍ୟାକାରୀ ହେଲ୍ପର୍ କୁ ଗିରଫ କଲା ସୁନ୍ଦରଗଡ଼ ପୋଲିସ ।

0 499

ଗୁଜରାଟର ଟ୍ରାନ୍ସପୋର୍ଟ ବ୍ୟବସାୟୀ ହତ୍ୟା ମାମଲାର ପର୍ଦାଫସ କରିଛି ସୁନ୍ଦରଗଡ଼ ପୋଲିସ ।ଗତ ଏପ୍ରିଲ ୧୦ ତାରିଖରେ ସୁନ୍ଦରଗଡ଼ ଜିଲ୍ଲା ବଡ଼ଗାଁ ଥାନାର ୧୦ ନମ୍ବର ରାଜ୍ୟ ରାଜପଥ କଡରୁ ପ୍ଲାଷ୍ଟିକ ବସ୍ତାରେ ମିଳିଥିଲା ଏକ ଅଜଣା ଶବ।

ପ୍ରାଥମିକ ତଦନ୍ତରୁ ଏହା ଏକ ହତ୍ୟାକାଣ୍ଡ ଜଣା ପଡିବାପରେ ପୋଲିସ ତଦନ୍ତ ଆରମ୍ଭ କରିଥିଲା। ତଦନ୍ତ ସମୟରେ ମୃତକ ଗୁଜରାଟ କଛ ଜିଲ୍ଲାର ଆକ୍ରମ ରଜାକ ବୋଲି ଜଣାପଡିଥିଲା। ଆକ୍ରମ ଛତିଶଗଡ଼ ର ବିଳାସପୁର ଟ୍ରକରେ କପଡା ନେଇ ଆସିଥିଲା। ଟ୍ରକର ହେଲ୍ପର୍ ସୁରଜିତ ସିଂ ଟ୍ରକ ଲୁଟ କରିବା ଯୋଜନା କରି ଆକ୍ରମ ଙ୍କୁ ଅନ୍ୟ ଦୁଇ ସହଯୋଗୀଙ୍କ ସହାୟତା ରେ ବିଳାସପୁର ରେ ହତ୍ୟା କରିଥିଲା। ପରେ ଧରା ନପଡିବାକୁ ଆକ୍ରମ ଙ୍କ ଶବକୁ ଆଣି ସୁନ୍ଦରଗଡ଼ ଜିଲ୍ଲାରେ ଫୋପାଡ଼ି ଦେଇଥିଲା। ପୋଲିସ ଉକ୍ତ ଟ୍ରକ କୁ ପଶ୍ଚିମବଙ୍ଗ ର ମାଲଦା ରୁ ଜବତ କରିବା ସହ ହତ୍ୟାକାରୀ ହେଲ୍ପର୍ ସୁରଜିତ ସିଂ କୁ ଗିରଫ କରିଛନ୍ତି। ଅନ୍ୟ ଦୁଇ ଅଭିଯୁକ୍ତଙ୍କୁ ଖୁବଶୀଘ୍ର ଗିରଫ କରାଯିବ ବୋଲି ସୁନ୍ଦରଗଡ଼ ଏସ ପି ସାଗରିକା ନାଥ କହିଛନ୍ତି ।

Leave A Reply

Your email address will not be published.