ରାଉରକେଲା : ଜଳବନ୍ଦୀ ସମସ୍ୟା ଉପରେ ଆରଏମସି ର ଗୁରୁତ୍ୱ।। ଜଳ ନିଷ୍କାସନ ପାଇଁ ତୁରନ୍ତ ପଦକ୍ଷେପ ନେବାକୁ କମିଶନରଙ୍କ କଡ଼ା ନିର୍ଦ୍ଦେଶ
ରାଉରକେଲା : ୨୩/୭
(ସତ୍ୟାନ୍ୟୁଜ) ଏବେ ମୌସୁମୀ ସକ୍ରିୟ ଥିବା ବେଳେ ରାଉରକେଲା ତଥା ଆଖପାଖ ଅଞ୍ଚଳରେ ବର୍ଷା ଲାଗି ରହିଛି। ଲଗାଣ ବର୍ଷା ଯୋଗୁଁ ବିଭିନ୍ନ ଅଞ୍ଚଳରେ ଜଳବନ୍ଦୀ ସମସ୍ୟା ଦେଖାଯିବାର ସମ୍ଭାବନା ରହିଛି। ଏହାକୁ ଦୃଷ୍ଟିରେ ରଖି ରାଉରକେଲା ମହାନଗର ନିଗମ ପକ୍ଷରୁ ବର୍ଷା କାଳୀନ କାର୍ଯ୍ୟ ପ୍ରଣାଳୀ ଉପରେ କଡ଼ା ଆଭିମୁଖ୍ୟ ଗ୍ରହଣ କରା ଯାଉଛି। କୌଣସି ସ୍ଥାନରେ ଜଳ ବନ୍ଦୀ ର ସୂଚନା ଆସିଲେ ତୁରନ୍ତ ଜଳ ନିଷ୍କାସନ ପାଇଁ ପଦକ୍ଷେପ ନେବାକୁ ପରିମଳ ବିଭାଗ ସହ ବିଭିନ୍ନ ଅଧିକାରୀ ଙ୍କୁ ନିର୍ଦ୍ଦେଶ ଦିଆ ଯାଇଛି। ଯେଉଁ ମାନେ ସୂଚନା ପାଇବା ପରେ କାର୍ଯ୍ୟରେ ଅବହେଳା କରିଥିବେ ସେମାନଙ୍କ ଉପରେ ଦୃଢ଼ ବିଭାଗୀୟ କାର୍ଯ୍ୟନୁଷ୍ଠାନ ନିଆଯିବ ବୋଲି ଆରଏମସି କମିଶନର ଦିନା ଦସ୍ତଗିର୍ କହିଛନ୍ତି।
ଅନ୍ୟପକ୍ଷରେ ବର୍ଷା ଋତୁରେ ଡେଙ୍ଗୁ , ମ୍ୟାଲରିଆ ବ୍ୟାପିବାର ସମ୍ଭାବନା ଥିବାରୁ ଏଥି ପ୍ରତି ସତର୍କ ଦୃଷ୍ଟି ଦେବାକୁ ପରାମର୍ଶ ଦିଆଯାଇଛି। ଏହା ସହ ସହର ବାସୀ ଙ୍କୁ ମୌଳିକ ସେବା ଠିକ୍ ଭାବେ ଯୋଗାଇ ଦେବାକୁ ଏଡିଏମ୍ ଙ୍କ ଅଧ୍ୟକ୍ଷତାରେ ଏକ ସମନ୍ଵୟ ବୈଠକ ଅନୁଷ୍ଠିତ ହୋଇ ଯାଇଛି। ଏହି ବୈଠକରେ ରାଉରକେଲା ବନଖଣ୍ଡ ଅଧିକାରୀ , ଇସ୍ପାତ କାରଖାନା ସିଜିଏମ୍ , ପାନୀୟ ଜଳ , ବିଦ୍ୟୁତ୍ ବିଭାଗ ର ଅଧିକାରୀ ମାନେ ଯୋଗ ଦେଇଥିଲେ।