ରାଉରକେଲା ରୁ କୋଇଡା ଯାଉଥିବା ଘରୋଇ ବସ ଓଲଟି ୭ ଆହତ।। ବରସୁଆଁ ଠାରେ ଭାରସାମ୍ୟ ହରାଇ ଓଲଟି ପଡିଲା।

0 489

ରାଉରକେଲା ରୁ କୋଇଡା ଯାଉଥିବା ଏକ ଘରୋଇ ବସ ଲହୁଣୀପଡା ଥାନା ଅନ୍ତର୍ଗତ ବରସୁଆଁ ଠାରେ ଓଲଟି ପଡିବାରୁ ୭ ଜଣ ବସ ଯାତ୍ରୀ ଆହତ ହୋଇଛନ୍ତି।

‘ସଦାମ’ ନାମକ ଏହି ବସ ରେ ୨୫ ରୁ ଉର୍ଦ୍ଧ୍ବ ଯାତ୍ରୀ ଥିବାବେକେ ଅନ୍ୟମାନେ ସୁରକ୍ଷିତ ଅଛନ୍ତି। ଆହତଙ୍କୁ ନିକଟସ୍ଥ ଡାକ୍ତର ଖାନାରେ ଭର୍ତ୍ତି କରଯାଇଛି। ଭାରସାମ୍ୟ ହରାଇ ବସ ଟି ଓଲଟି ପଡିଥିବା କୁହାଯାଉଛି। ତେବେ ରାସ୍ତାର ଶୋଚନୀୟ ଅବସ୍ଥା ଯୋଗୁଁ ଏପରି ଦୁର୍ଘଟଣା ବାରମ୍ବାର ଘଟୁଛି ବୋଲି ସ୍ଥାନିୟ ଲୋକମାନେ ଅଭିଯୋଗ କରିଛନ୍ତି। ପୋଲିସ ଦୁର୍ଘଟଣାର ତଦନ୍ତ କରୁଛନ୍ତି।

Leave A Reply

Your email address will not be published.