ଜେ ଏସ ଡବ୍ଲୁ ଶିବା ସିମେଣ୍ଟ କାରଖାନାରେ ପାଇପ ପଡି ଶ୍ରମିକଙ୍କ ମୃତ୍ୟୁ କୁ ନେଇ ଉତ୍ତେଜନା।। କ୍ଷତିପୂରଣ ଦାବିରେ ଗ୍ରାମବାସୀ ଙ୍କ ଧାରଣା।
ସୁନ୍ଦରଗଡ଼ ଜିଲ୍ଲା କୁତ୍ରା ସ୍ଥିତ ଜେଏସଡବ୍ଲୁ ଶିବା ସିମେଣ୍ଟ କାରଖାନାରେ ଦୁର୍ଘଟଣାରେ ଜଣେ ଶ୍ରମିକଙ୍କ ମୃତ୍ୟୁ କୁ ନେଇ ଉତ୍ତେଜନା ସୃଷ୍ଟି ହୋଇଛି। ପରିବାରଵର୍ଗ ଏବଂ ଗ୍ରାମବାସୀ ମାନେ କ୍ଷତିପୂରଣ ଦାବିରେ କାରଖାନା ସମ୍ମୁଖରେ ଧାରଣାରେ ବସିଛନ୍ତି

। ଖବରପାଇ ରାଜଗାଙ୍ଗପୁର ବିଧାୟକ ରାଜନ ଏକ୍କା କୁତ୍ରା ଥାନାରେ ପହଞ୍ଚି ଉଭୟ ପକ୍ଷଙ୍କ ମଧ୍ୟରେ ଆଲୋଚନା କରୁଛନ୍ତି । ମିଳିଥିବା ସୂଚନା ଅନୁଯାୟୀ କୁତ୍ରା ବ୍ଲକରେ ଥିବା ଜେ ଏସ ଡବ୍ଲୁ ଶିବା ସିମେଣ୍ଟ କାରଖାନାକୁ ନିର୍ମାଣ କାର୍ଯ୍ୟଲାଗି ବଡ ବଡ ଲୁହା ପାଇପ ଏବଂ ଏଙ୍ଗଲ ଟ୍ରେଲର ଯୋଗେ ଆସିଥିଲା । ଟ୍ରେଲରରୁ ଜେସିବି ସାହାଯ୍ୟରେ ଅନଲୋଡ଼ କରାଯାଉଥିବା ବେଳେ ଏକ ଭାରି ପାଇପ ବୁଢାକଟା ଗ୍ରାମର ଉକ୍ତ ଶ୍ରମିକଙ୍କ ଉପରେ ପଡିଯାଇଥିଲା। ଗୁରୁତର ଅବସ୍ଥାରେ ତାଙ୍କୁ କୁତ୍ରା ସ୍ୱାସ୍ଥ୍ୟ କେନ୍ଦ୍ର ରେ ଭର୍ତ୍ତି କରାଯାଇଥିଲା। ମଙ୍ଗଳବାର ସକାଳେ ଚିକିତ୍ସାଧୀନ ଅବସ୍ଥାରେ ଉକ୍ତ ଶ୍ରମିକଙ୍କ ମୃତ୍ୟୁ ହୋଇଯାଇଛି। କ୍ଷତିପୂରଣ ଦାବିରେ ଗ୍ରାମବାସୀଙ୍କ ଧାରଣା ଜାରି ରହିଥିବା ବେଳେ ବିଧାୟକ ରାଜନ ଏକ୍କା ଏ ବାବଦରେ ଲୋକଙ୍କ ସହ ଆଲୋଚନା କରୁଛନ୍ତି ।