ରାଉରକେଲା ସମେତ ସମଗ୍ର ସୁନ୍ଦରଗଡ଼ ଜିଲ୍ଲାରେ ଏବେ ଗ୍ରୀଷ୍ମପ୍ରବାହ ଜାରି ରହିଛି। ରାଉରକେଲା ରେ ତାପମାତ୍ରା ୪୨ ଡିଗ୍ରୀ ଉପରେ ରହୁଥିବା ବେଳେ ଜିଲ୍ଲାର ବଣ , ଜଙ୍ଗଲ ଘେରା ଏରିଆ ବଣେଇ ଅଞ୍ଚଳରେ ମଧ୍ୟ ତାପମାତ୍ରା ଅଧିକ ଅନୁଭୂତ ହେଉଛି।

ଗତ ଦୁଇଦିନ ହେଲା ତାପମାତ୍ରା ୪୨ ଡିଗ୍ରୀ ଉପରେ ରହୁଛି। ପ୍ରବଳ ଖରା ଏବଂ ଗ୍ରୀଷ୍ମପ୍ରବାହ ଯୋଗୁଁ ସାଧାରଣ ଜୀବନଯାତ୍ରା ବହୁଳ ଭାବେ ପ୍ରଭାବିତ ହୋଇଛି। ବିଶେଷ କରି ସ୍କୁଲ ଛାତ୍ରଛାତ୍ରୀ ମାନେ କ୍ଲାସ ସରିବା ପରେ ଭିଷଣ ଖରା ଯୋଗୁଁ ଅସୁବିଧା ଭୋଗ କରୁଛନ୍ତି। ପ୍ରତିବର୍ଷ ଜଳଛତ୍ର ଖୋଲୁଥିବା ବେଳେ ଚଳିତ ବର୍ଷ ଜଳଛତ୍ର ଖୋଲା ଯାଇନାହିଁ। ରାସ୍ତା କଡ଼ରେ ଯେଉଁ ପାନୀୟ ଜଳ ମେସିନ ଲାଗିଥିଲା ତାହା ମଧ୍ୟ ଖରାପ ହୋଇପଡିଛି। ଏହି ଅଞ୍ଚଳ ଏକ ଖଣି ଖାଦାନ ଭରା ଅଞ୍ଚଳ ହୋଇଥିବାରୁ ଶ୍ରମିକ ମାନେ ଗ୍ରୀଷ୍ମପ୍ରବାହ ଯୋଗୁଁ ଅସୁବିଧା ଭୋଗ କରୁଛନ୍ତି । ବିଭିନ୍ନ ସ୍ଥାନରେ ପାନୀୟ ଜଳ ବ୍ୟବସ୍ଥା କରିବାକୁ ଦାବି ହେଉଛି।