ହିନ୍ଦୋଳ: ଭୋଟର ତାଲିକା ରୁ ନାଁ ବାଦ୍ ପଡ଼ିଥିବା ଅଭିଯୋଗ।। ଭୋଟର୍ ଲିଷ୍ଟ ରେ ନାମ ସାମିଲ ପାଇଁ ତହସିଲ ଅଫିସରେ ପ୍ରବଳ ଭିଡ।

0 39

ହିନ୍ଦୋଳରେ ଭୋଟର ତାଲିକା ସଂଶୋଧନକୁ ନେଇ ତହସିଲ କାର୍ଯ୍ୟାଳୟରେ ପ୍ରବଳ ଭିଡ଼

ଢେଙ୍କାନାଳ/ହିନ୍ଦୋଳ: ୨୨/୭ (ସତ୍ୟାନ୍ୟୁଜ) ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ କାର୍ଯ୍ୟକ୍ରମକୁ ନେଇ ହିନ୍ଦୋଳ ତହସିଲ କାର୍ଯ୍ୟାଳୟରେ ପ୍ରବଳ ଭିଡ଼ ପରିଲକ୍ଷିତ ହୋଇଛି। ଭୋଟର ତାଲିକାରେ ନାମ ନଥିବା କିମ୍ବା ନାମ କଟିଯାଇଥିବା ଅଭିଯୋଗ ନେଇ ମହିଳା, ବୟୋଜ୍ୟେଷ୍ଠ ନାଗରିକଙ୍କ ସମେତ ଶତାଧିକ ଲୋକ ଆବଶ୍ୟକ ଦସ୍ତାବିଜ ସହ ଭେରିଫିକେସନ ପାଇଁ ଲମ୍ବା ଧାଡ଼ିରେ ଛିଡ଼ା ହୋଇଥିଲେ।
ତହସିଲ କାର୍ଯ୍ୟାଳୟ ପରିସର ଓ ତହସିଲଦାରଙ୍କ କାର୍ଯ୍ୟାଳୟ ଭିତରେ ମଧ୍ୟ ଭିଡ଼ ଦେଖିବାକୁ ମିଳିଥିଲା।
ତହସିଲଦାର ଦିଲ୍ଲୀପ କୁମାର ସେଠୀ କହିଛନ୍ତି, ଯେଉଁମାନଙ୍କ ନାମ ଭୋଟର ତାଲିକାରୁ ବାଦ ପଡ଼ିଛି, ସେମାନଙ୍କ ସମସ୍ତ ଆବେଦନ ଓ ଦସ୍ତାବିଜ ସଂଗ୍ରହ କରି ସରକାରଙ୍କ ନିକଟରେ ଉପସ୍ଥାପନ କରାଯିବ। ଏହା ଦ୍ୱାରା ଯୋଗ୍ୟ ଭୋଟରଙ୍କ ନାମ ପୁନଃ ସାମିଲ କରାଯାଇପାରିବ।
ସୂଚନା ଅନୁସାରେ, ପ୍ରାୟ ୧୫୦୦ ଜଣ ଭୋଟରଙ୍କ ନାମ ତାଲିକାରୁ ବାଦ ପଡ଼ିଥିବା ଅଭିଯୋଗ ଆସିଛି। ଏହାକୁ ନେଇ ସାଧାରଣ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଯାଇଛି।
ଏହି ସ୍ୱତନ୍ତ୍ର ସଘନ ସଂଶୋଧନ କାର୍ଯ୍ୟକ୍ରମରେ ଅଙ୍ଗନୱାଡ଼ି କର୍ମୀ, ସ୍କୁଲ ଶିକ୍ଷକ, ବିଭିନ୍ନ ସରକାରୀ ଅଧିକାରୀ ଓ କର୍ମଚାରୀମାନେ ନିୟୋଜିତ ରହିଥିଲେ।

Leave A Reply

Your email address will not be published.