ବିଜୁ ପଟ୍ଟନାୟକ କ୍ରିକେଟ ଏକାଡେମୀ ପ୍ରସଙ୍ଗ ଜୋର ଧରିଲା।ମୁଖ୍ୟମନ୍ତ୍ରୀଙ୍କୁ ପତ୍ର ଲେଖିଲେ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଦିଲ୍ଲୀପ ରାୟ

0 595

ରାଉରକେଲା ରେ ବିଜୁ ପଟ୍ଟନାୟକ କ୍ରିକେଟ ଏକାଡେମୀ ପ୍ରତିଷ୍ଠା ଲାଗି ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ରାଉରକେଲାର ପୂର୍ବତନ ବିଧାୟକ ଦିଲ୍ଲୀପ ରାୟ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କୁ ପତ୍ର ଲେଖିଛନ୍ତି । BPCA ର ଚେୟାରମ୍ୟାନ ଅମିତାଭ ସାମଲ ସୋମବାର ଦିନ ଏହି ସନ୍ଦର୍ଭରେ ଏକ ପତ୍ର ଦିଲ୍ଲୀପ ରାୟ ଙ୍କୁ ଦେବା ପରେ ଶ୍ରୀ ରାୟ ଆଜି ଏହି ପତ୍ର ମୁଖ୍ୟମନ୍ତ୍ରୀ ଙ୍କୁ ଲେଖିବା ଏକାଡେମୀ ପ୍ରତିଷ୍ଠାର ଆଶା ବଢ଼ାଇଛି । BPCA ରାଉରକେଲା ରେ କ୍ରିକେଟ କ୍ଷତ୍ରରେ ଯୁବକ ତଥା କିଶୋର ମାନଙ୍କୁ ପ୍ରଶିକ୍ଷଣ ଦେବାଲାଗି ଯୋଜନା କରିଥିବା ଉଲ୍ଲେଖ କରି ଅମିତାଭ କିଛିଦିନ ତଳେ ମୁଖ୍ୟମନ୍ତ୍ରୀ ଙ୍କୁ ପତ୍ର ଲେଖିଥିଲେ । ଏଥିଲାଗି ଆନୁସଙ୍ଗିକ ଜମି ଏବଂ ଅନ୍ୟାନ୍ୟ ଭିତ୍ତିଭୂମି ଯୋଗାଇଦେବାକୁ ସେ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଥିଲେ । ରାଉରକେଲା ରେ ଏହି କ୍ରିକେଟ ଏକାଡେମୀ ପ୍ରତିଷ୍ଠା ହେଲେ କ୍ରୀଡ଼ାବିତ ମାନେ ଉପକୃତ ହେବାର ସମ୍ଭାବନା ଥିବାରୁ ପୂର୍ବତନ ବିଧାୟକ ଶ୍ରୀ ରାଏ ଏ ବାବଦରେ ମୁଖ୍ୟମନ୍ତ୍ରୀ ଙ୍କୁ ପତ୍ର ଲେଖିଛନ୍ତି ।

Leave A Reply

Your email address will not be published.