ରାଜଧାନୀ ରେ ଖୋଲା ଡ୍ରେନ ରେ ଭାସି ଯାଇଥିବା ବାଳକ ଙ୍କ ମୃତ ଶରୀର ଉଦ୍ଧାର । ବି ଏମ ସି କାର୍ଯ୍ୟାଳୟ ସମ୍ମୁଖରେ ବିଜେପିର ବିକ୍ଷୋଭ । ଚାରିଲକ୍ଷ ସହାୟତା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ ।
ଭୁବନେଶ୍ୱର ରେ ଖୋଲା ଡ୍ରେନ ରେ ରବିବାର ଅପରାହ୍ନ ରେ ଭାସିଯାଇଥିବା 15 ବର୍ଷୀୟ ବାଳକ ଜ୍ୟୋତି ପ୍ରକାଶ ବେହେରାଙ୍କ ମୃତ ଶରୀର ଆଜି ଉଦ୍ଧାର କରାଯାଇଛି । ପଞ୍ଚସଖାନଗର ନିକଟରୁ ତାଙ୍କ ମୃତ ଶରୀର ଉଦ୍ଧାର କରାଯାଇଥିବା ବେଳେ ରାଜଧାନୀ ରେ ମୁକୁଳା ଡ୍ରେନ ଦୁର୍ଘଟଣାକୁ ନେଇ ବିଜେପି ଆଜିବି ଏମ ସି କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛି । ଅନ୍ୟପକ୍ଷରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୃତ ଜ୍ୟୋତିପ୍ରକାଶ ଙ୍କ ନିକଟ ସମ୍ପର୍କୀୟଙ୍କୁ ଚାରିଲକ୍ଷ ଟଙ୍କା ସହାୟତା ରାଶି ଦେବାକୁ ଘୋଷଣା କରିଛନ୍ତି । ସୂଚନାଯୋଗ୍ୟଯେ ଗତକାଲି ଅପରାହ୍ନରେ ଜ୍ୟୋତିପ୍ରକାଶ ସାଇକେଲରେ ଟିଉସନ ଯାଉଥିବା ବେଳେ ଶତାବ୍ଦୀ ନଗର ନିକଟରେ ଥିବା ଏକ ଖୋଲା ନାଳରେ ଭାସି ଯାଇଥିଲେ । ଜ୍ୟୋତିପ୍ରକାଶ ଙ୍କୁ ଉଦ୍ଧାର କରିବାଲାଗି 30 ଟି ଫାୟାର ବ୍ରିଗେଡ଼ ଟିମ ନିୟୋଜିତ କରାଯାଇଥିଲା । 20 ଘଣ୍ଟା ପରେ ପଞ୍ଚଶଖା ନଗର ନିକଟରୁ ଜ୍ୟୋତିପ୍ରକାଶ ଙ୍କ ମୃତ ଶରୀର ଉଦ୍ଧାର କରଯାଇଥିଲା । ତେବେ ରାଜଧାନୀ ର ମୁକୁଳା ଡ୍ରେନ ରେ ବାରମ୍ବାର ଘଟୁଥିବା ଦୁର୍ଘଟଣା
ବି ଏମ ସି ର ପାରିବା ପଣିଆ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।