ବଣେଇରେ ଚାଲିଛି ସ୍କୁଲ ରୂପାନ୍ତିକରଣ।। ଛାତ୍ରଛାତ୍ରୀ ଙ୍କ ପାଠ ପଢୁଛନ୍ତି ବାରଣ୍ଡାରେ।। ଜିଲ୍ଲାପାଳ ଙ୍କ ହସ୍ତକ୍ଷେପ ଦାବି।
ପ୍ରବଳ ଗରମରେ ଏବେ ଛାତ୍ରଛାତ୍ରୀ ମାନେ ପାଠ ପଢୁଛନ୍ତି ସ୍କୁଲ ବାରଣ୍ଡାରେ। କେତେକ ସ୍ଥାନରେ ମନ୍ଦିରରେ ମଧ୍ୟ ପାଠ ପଢା ଚାଲିଛି । ଏପରି ଦୃଶ୍ୟ ଦେଖିବାକୁ ମିଳୁଛି ବଣାଇ ଅଞ୍ଚଳରେ।

ସୁନ୍ଦରଗଡ଼ ଜିଲ୍ଲାର ବଣାଇ ଅଞ୍ଚଳ ରେ ଏବେ ଚାଲିଛି ସ୍କୁଲ ର ରୂପାନ୍ତିକରଣ କାର୍ଯ୍ୟକ୍ରମ। 5 ଟି ଯୋଜନା ରେ ଏବେ ବିଭିନ୍ନ ସ୍କୁଲର ନୂଆ ରୂପ ରେଖ ଦିଆଯାଉଛି । କୋଠରୀ ଗୁଡିକ କାମ ହେଉ ଥିବା ରୁ ସ୍କୁଲର ସମସ୍ତ ଡେସ୍କ ଏବଂ ବେଞ୍ଚ ବାରଣ୍ଡାକୁ ବାହାର କରିଦିଆଯାଇଛି। ଛାତ୍ର ଛାତ୍ରୀ ମାନେ କେଉଁଠି ବାରଣ୍ଡାରେ ତ ଅନ୍ୟ କେଉଁଠି ଗାଁ ମନ୍ଦିର ରେ ପାଠ ପଢୁ ଥିବା ଦେଖିବାକୁ ମିଳୁଛି। ରାଜ୍ୟରେ ଏବେ ଗ୍ରୀଷ୍ମ ପ୍ରଭାବ ଜାରି ରହି ରହିଥିବା ବେଳେ ପିଲାମାନେ ଗରମ ରେ ବାହାରେ ପାଠ ପଢିବା ନେଇ ଛାତ୍ରଛାତ୍ରୀ ଏବଂ ଅଭିଭାବକଙ୍କ ମହଲରେ ଅସନ୍ତୋଷ ଦେଖାଦେଇଛି।ଏହି ଅବ୍ୟବସ୍ଥା ପ୍ରତି ସୁନ୍ଦରଗଡ ଜିଲ୍ଲାପାଳ ଦୃଷ୍ଟି ଦେବାକୁ ଦାବି ହେଉଛି ।