ଗତକାଲି ରାତିରେ ଏକ
ପେଟ୍ରୋଲିୟମ କମ୍ପାନୀର ବୋଲେରୋ ଧକ୍କାରେ ଦୁଇଜଣ ନାବାଳକଙ୍କ ମୃତ୍ୟୁ ହେବା ଘଟଣାକୁ ନେଇ ଉତ୍ତେଜନା ଲାଗିରହିଛି। କ୍ଷତିପୂରଣ ଦାବିରେ ପରିବାର ବର୍ଗ ଏବଂ ସ୍ଥାନୀୟ ଲୋକମାନେ ଧାରଣା ଦେଇଛନ୍ତି।

ବିରମିତ୍ରପୁର ପୋଲିସ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରୁଛନ୍ତି । ସୂଚନା ଅନୁଯାୟୀ ବିରମିତ୍ରପୁର ଥାନା ଅନ୍ତର୍ଗତ ଲୁଙ୍ଗେର ଗ୍ରାମର ଗିରଜ଼ା ଟୋଲି ବସ୍ତିରେ ଘଟିଛି ଏହି ଘଟଣା। ଗ୍ରାମରେ ବିଜୁଳି ନ ଥିବା ବେଳେ ଏହି ଦୁଇ ନାବାଳକ ବସ୍ତିର ରାସ୍ତା କଡରେ ବସି ଥିଲେ । ସେତିକି ବେଳେ ଅଚାନକ଼୍ ଭାବେ ଦୃତ ଗତିରେ ଏକ ବୋଲେରୋ ଆସି ରାସ୍ତା କଡରେ ବସି ଥିବା ଦୁଇ ନାବାଳକ ଉପରେ ଚଢାଇ ଘଟଣା ସ୍ଥଳରୁ ଫେରାର୍ ହୋଇଯାଇଥଲ I ଉଭୟ ନାବାଳକଙ୍କୁ ରାଉରକେଲା ପଠାଯାଇଥିଲା ଏବଂ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ ।
ଘଟଣା ସ୍ଥଳରେ ଏବେବି ଉତ୍ତେଜନା ଲାଗି ରହିଛି l ସ୍ଥାନୀୟ ଲୋକ ମାନେ ପେଟ୍ରୋଲିୟମ କମ୍ପାନୀର ଡିପୋ ଅଫିସ କୁ ଘେରାଉ କରି କ୍ଷତିପୂରଣ ଦାବି କରିଛନ୍ତି l ଉତ୍ତେଜନା ଥିବାରୁ ଘଟଣା ସ୍ଥଳରେ ପୋଲିସ ମୁତୟନ କରାଯାଇଛି।