ବେଆଇନ ଭାବେ ମହୁଲ ଫୁଲ ଚାଲାଣ ହେଉଥିବା ବେଳେ ସୁନ୍ଦରଗଡ ଜିଲ୍ଲା ରାଜଗାଙ୍ଗପୁର ଅବକାରୀ ବିଭାଗ ୩୫ କୁଇଣ୍ଟାଲ ମହୁଲ ଫୁଲ ଜବତ କରିଛି।

ଏଥି ସହ ମହୁଲ ବୋଝେଇ ପିକଅପ ଭ୍ୟାନ ଜବତ କରାଯିବା ସହ ଡ୍ରାଇଭର କୁ ଗିରଫ କରାଯାଇଛି। ସୂଚନା ଅନୁଯାୟୀ ଗୁରୁବାର ସକାଳେ ଏକ ମହୁଲ ବୋଝେଇ ପିକଅପ ଗାଡି ସ୍ଥାନୀୟ ରାଞ୍ଚି ରୋଡ଼ ଦେଇ ପଡୋଶୀ ରାଜ୍ୟ ଝାରଖଣ୍ଡ ଆଡ଼କୁ ଯାଉଥିବାବେଳେ ଅବକାରୀ ବିଭାଗ ପକ୍ଷରୁ ସ୍ଥାନୀୟ ବିହାବନ୍ଧ ଗ୍ରାମ ନିକଟରେ ଗାଡିକୁ ଅଟକାଯାଇଥିଲା । ଗାଡି ଚଳକ ଗାଡ଼ିରେ ଥିବା ମହୁଲର କୌଣସି କାଗଜପତ୍ର ଦେଖାଇ ନ ପାରିବାରୁ ଗାଡ଼ିରେ ଥିବା ମହୁଲ ଜବତ କରାଯାଇ ଡ୍ରାଇଭରକୁ ଗିରଫ କରାଯାଇଥିଲା।