ସୁନ୍ଦରଗଡରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଜାରି।। ଲୁ ଯୋଗୁଁ ସ୍କୁଲରେ ଜଣେ ନବମ ଶ୍ରେଣୀ ଛାତ୍ରୀ ଅସୁସ୍ଥ।। ଉତ୍ତାପ ୪୦ ଡିଗ୍ରୀ ଉପରେ।

0 369

ସୁନ୍ଦରଗଡ଼ ଜିଲ୍ଲାରେ ଏବେ ପ୍ରଚଣ୍ଡ ରୌଦ୍ରତାପ ଅନୁଭୂତ ହେଉଛି । ଜିଲ୍ଲାର ବିଭିନ୍ନ ସ୍ଥାନରେ ତାପମାତ୍ରା ୪୦ ରୁ ୪୨ ଡିଗ୍ରୀ ପର୍ଯ୍ୟନ୍ତ ରହୁଛି। ସବୁଠାରୁ ବେଶୀ ହଇରାଣ ହେଉଛନ୍ତି ସ୍କୁଲ ଛାତ୍ରଛାତ୍ରୀ ମାନେ। ନବମ ଏବଂ ଦଶମ ଶ୍ରେଣୀ ଛାତ୍ରଛାତ୍ରୀ ମାନଙ୍କ ପାଇଁ ସମୟ ରହିଛି ସକାଳ ସାଢେ ୭ଟାରୁ ଦିନ ୧୧ ଟା ପର୍ଯ୍ୟନ୍ତ।

ସେତେବେଳେ ଘରକୁ ଫେରିଲା ବେଳେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଅନୁଭୁତ ହେଉଛି। ବୁଧବାର ଦିନ କୁତ୍ରା ବ୍ଲକ ଆମ୍ବଗୋଭା ସରକାରୀ ଉଚ୍ଚ ବିଦ୍ୟାଳୟର ଜଣେ ନବମ ଶ୍ରେଣୀ ଛାତ୍ରୀ ପ୍ରାର୍ଥନା ସାରିଲା ପରେ ଅଚେତ ହୋଇ ପଡିଲେ । ଅଚେତ ଅବସ୍ଥାରେ ତାଙ୍କୁ କୁତ୍ରା ମେଡିକାଲ ରେ ଭର୍ତ୍ତି କରାଯାଇଛି । ସ୍କୁଲ କର୍ତ୍ତୃପକ୍ଷ ଓ ଡାକ୍ତର ଙ୍କ କହିବା ଅନୁଯାୟୀ ପ୍ରବଳ ଗରମ ଏବଂ ଲୁ ଯୋଗୁଁ ଛାତ୍ରୀ ଜଣକ ଅଚେତ ହୋଇପଡିଛନ୍ତି। ଛାତ୍ରୀଙ୍କୁ ସାଲାଇନ ଦେବାପରେ ସ୍ୱାସ୍ଥ୍ୟବସ୍ଥା ସୁଧୁରୁଥିବା ଜଣାପଡିଛି।

Leave A Reply

Your email address will not be published.