କୋଭିଡ କଟକଣା ଯୋଗୁଁ ଦୁଇ ବର୍ଷ ରାଉରକେଲା ରେ ରାମନବମୀ ଶୋଭାଯାତ୍ରା ବନ୍ଦ ରହିଥିଲା। ଚଳିତ ବର୍ଷ କୋଭିଡ କଟକଣା ସମ୍ପୂର୍ଣ୍ଣ କୋହଳ ହେଲା ପରେ ଆଜି ରାମନବମୀ ଶୋଭାଯାତ୍ରା ସହରର ମୁଖ୍ୟ ମାର୍ଗରେ ବାହାରିଛି। ସହରର ୧୧ ଟି ଅଖାଡା କମିଟି ପକ୍ଷରୁ ଭବ୍ୟ ଶୋଭାଯାତ୍ରା ବିଶ୍ରା ଛକରୁ ବାହାରି ଉଦିତନଗର ଆମ୍ବେଦକର ଛକ ରେ ପହଞ୍ଚିଥିଲା।

ବିଭିନ୍ନ ଅଖାଡା କମିଟି ପକ୍ଷରୁ ଆକର୍ଷକ ଝାଙ୍କି ବାହାର କରାଯାଇଥିଲା। ମୁଖ୍ୟମାର୍ଗର ଉଭୟ ପାର୍ଶ୍ଵରେ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁ ଶୋଭାଯାତ୍ରାର ଆନନ୍ଦ ଉଠାଇଥିଲେ। ଶାନ୍ତି ଶୃଙ୍ଖଳା ରକ୍ଷା ଲାଗି ସହରରେ ୨୦ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଥିଲା। ପଶ୍ଚିମାଞ୍ଚଳ ଡି ଆଇ ଜି ଜୟ ନାରାୟଣ ପଙ୍କଜ ଏବଂ ରାଉରକେଲା ଏସ ପି ମୁକେଶ କୁମାର ଭାମୁ ନିଜେ ମୁଖ୍ୟମାର୍ଗରେ ଉପସ୍ଥିତ ରହି ଆଇନ ଶୃଙ୍ଖଳା ତଦାରଖ କରିଥିଲେ। ରାଉରକେଲା ଇଣ୍ଟିଗ୍ରେସନ ଫୋରମ ପକ୍ଷରୁ ବିଭିନ୍ନ ଅଖାଡା କମିଟି କୁ ସ୍ୱାଗତ କରାଯାଇଥିଲା । ଶାନ୍ତି ଶୃଙ୍ଖଳା ସହ ରାମନବମୀ ଶୋଭାଯାତ୍ରା ସମ୍ପନ୍ନ ହୋଇଥିବାରୁ ଡି ଆଇ ଜି ଏବଂ
ଏସ ପି ରାଉରକେଲା ର ଭାଇଚାରା ମନୋଭାବକୁ ପ୍ରସଂଶା କରିଥିଲେ
।