ବେଆଇନ ବାଲି ଉଠାଣ ଯୋଗୁଁ ରାଉରକେଲା ଶଙ୍ଖ ନଦୀ ଜଳସ୍ତର ବିପଦରେ।। କେମିକାଲ ଡ଼ଷ୍ଟ ଯୋଗୁଁ ନଦୀଜଳ ପ୍ରଦୂଷିତ ଅଭିଯୋଗ।

0 360

ନଦୀ ଜଳର ସୁରକ୍ଷା ଏବଂ ଏହାକୁ ପ୍ରଦୂଷଣ ମୁକ୍ତ କରିବାକୁ ଯେତେ ଆଇନ ହେଲେ ମଧ୍ୟ ଏହାର କାର୍ଯ୍ୟକାରୀତା ନେଇ ପ୍ରଶ୍ନ ଉଠିଛି । ରାଉରକେଲା ନିକଟ ଶଙ୍ଖ ନଦୀରେ
ବାଲି ମାଫିଆ ଏବଂ କାରଖାନା ମାଲିକ ମାନଙ୍କ ମାନମୁଖୀ କାରବାର ଯୋଗୁଁ ନଦୀଜଳ ପ୍ରଦୂଷଣ ସହ ଜଳ ସଙ୍କଟ ମଧ୍ୟ ଦେଖାଗଲାଣି।

କେମିକାଲ ଡ଼ଷ୍ଟ , ଚାରକୋଲ , ଟାୟାର ଭଳି ବିଭିନ୍ନ ବିଷାକ୍ତ ପଦାର୍ଥ ଗଦା କରି ବନ୍ଧ ବାନ୍ଧି ନଦୀଜଳକୁ ଅଟକାଯାଉଛି । ଉଦ୍ଧେଶ୍ୟ ନଦୀ କୁ ଶୁଖାଇ ଜେସିବି ସାହାଯ୍ୟରେ ଖୋଳି ବଡ଼ ବଡ଼ ଗାଡି ଯୋଗେ ବାଲି ଚାଲାଣ କରିବା। ଅନ୍ୟ ପକ୍ଷରେ ନଦୀ କୁ ପୋତି କାରଖାନା ମାଲିକ ମାନେ ଦଖଲ କରୁଥିବା ଅଭିଯୋଗ ହେଉଛି। ଏପରି ସ୍ଥିତି ଦେଖାଦେଇଛି ସୁନ୍ଦରଗଡ଼ ଜିଲ୍ଲା ଲାଠିକଟା ବ୍ଲକର ବେଲଡ଼ିହି ନିକଟ ଶଙ୍ଖ ନଦୀରେ। ସ୍ଥାନୀୟ ପ୍ରଶାସନ ଏବଂ ଲୋକ ପ୍ରତିନିଧି ମଧ୍ୟ ଚୁପ ରହିଛନ୍ତି।
ବାଲି ଉଠାଇବାକୁ ନଦୀକୁ କେମିକାଲ ଡଷ୍ଟ ଦ୍ୱାରା ଦୁଇଭାଗ କରାଯାଇ ବନ୍ଧ କରାଯାଇଛି । ନେସନଲ ଗ୍ରୀନ ଟ୍ରିବୁନାଲ ର ସମସ୍ତ ନିୟମକୁ ଜଳାଞ୍ଜଳି ଦିଆଯାଇଛି। ଶଙ୍ଖ ନଦୀ ଜଳସ୍ତର ହ୍ରାସ ପାଇବା ସହ ବ୍ରାହ୍ମଣୀ ନଦୀ ଜଳସ୍ତର ମଧ୍ୟ ହ୍ରାସ ପାଇଲାଣି। ଫଳରେ ପାଣି ନପାଇ ନଷ୍ଟ ହେଇଗଲାଣି ହଜାର ହଜାର ଏକର ଚାଷ ଜମି। ଜିଲ୍ଲା ପ୍ରଶାସନ ଏବଂ ପ୍ରଦୂଷଣ ବିଭାଗ ତୁରନ୍ତ ଏଥି ପ୍ରତି ଦୃଷ୍ଟି ଦେବାକୁ ସାଧାରଣରେ ଦାବି ଜୋର ଧରିଛି।

Leave A Reply

Your email address will not be published.