ରାମନବମୀ ର ଅବ୍ୟାହତ ପୂର୍ବରୁ ରାଉରକେଲା ଅବକାରୀ ବିଭାଗ ବିପୁଳ ପରିମାଣର ନକଲି ବିଦେଶୀ ମଦ ଜବତ କରିଛନ୍ତି। ଏହା ସହ ନକଲି ମଦ ପ୍ରସ୍ତୁତି ଲାଗି ରଖାଯାଇଥିବା ବିଭିନ୍ନ ସାମଗ୍ରୀ ମଧ୍ୟ ଜବତ କରିଛନ୍ତି

। ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ରାଉରକେଲା ଅବକାରୀ ବିଭାଗର ମୋବାଇଲ ସ୍କ୍ୱାର୍ଡ ସୁନ୍ଦରଗଡ଼ ଜିଲ୍ଲା ଲହୁଣୀପଡ଼ା ଥାନା ର ଟକରl ଗା ରେ ନକଲି ବିଦେଶୀ ମଦ ପ୍ରସ୍ତୁତ ହେଉଥିବା କାରଖାନା ଉପରେ ଚଢ଼ାଉ କରିଥିଲେ। ଅବକାରୀ ବିଭାଗ ଏବଂ ଲହୁଣୀ ପଡା ପୋଲିସର ମିଳିତ ଚଢାଉରେ ବହୁ ମାତ୍ରା ର ନକଲି ବିଦେଶି ମଦ ସହ ନକଲି ମଦ ତିଆରି ସାମଗ୍ରୀ ,୨୪୦୦ଖାଲି ବୋତଲ , ୬୯୦ ଡୁପ୍ଲିକେଟ ଲେବୁଲ,୧୫୦ ଠିପି ଜବତ କରାଯାଇଛି। ନକଲି ମଦ ପ୍ରସ୍ତୁତ କରୁଥିବା ଅଭିଯୋଗରେ ଜଣଙ୍କୁ ଗିରଫ କରାଯାଇଥିବା ବେଳେ ଅନ୍ୟ ଜଣେ ଅଭିଯୁକ୍ତ ଫେରାର ହୋଇଯାଇଛି । ଏ ବାବଦରେ ଅଧିକ ତଦନ୍ତ ଜାରି ରହିଛି।