ସାମ୍ବାଦିକଙ୍କ ଗୋଡ଼ରେ ବେଡି ପକାଇବା ଘଟଣା।। କାର୍ଯ୍ୟାନୁଷ୍ଠାନ ଦାବିରେ ମୁଖ୍ୟମନ୍ତ୍ରୀ ଙ୍କୁ ସ୍ମାରକପତ୍ର ଦେଲେ ରାଉରକେଲା ମିଳିତ ସାମ୍ବାଦିକ ସଂଘ।

0 505

ରାଉରକେଲା : ‘ସମ୍ବାଦ’ ଓ ‘କନକ ନ୍ୟୁଜ୍‌’ର ବାଲେଶ୍ବର ନୀଳଗିରି ପ୍ରତିନିଧି ଲୋକନାଥ ଦଳେଇଙ୍କୁ ପୁଲିସ ମାଡ଼ ମାରିବା , ହସ୍ପିଟାଲରେ ଚିକିତ୍ସା ବେଳେ ତାଙ୍କ ଗୋଡ଼ରେ ବେଡ଼ି ପକାଇବା ଘଟଣାକୁ‌ ନେଇ ବିଭିନ୍ନ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି

। ନୀଳଗିରି ପୁଲିସର ଏଭଳି ଅମାନବୀୟ କାର୍ଯ୍ୟ ପ୍ରତିବାଦରେ ସାରା ରାଜ୍ୟରେ ସାମ୍ବାଦିକ ସଂଘ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ ଜାରି ରହିଛି। ଘଟଣାକୁ ଦୃଢ଼ ନିନ୍ଦା କରାଯାଇଛି। ତୁରନ୍ତ ନୀଳଗିରି ଥାନାଅଧିକାରିଣୀ ଦ୍ରୌପଦୀ ଦାସଙ୍କୁ ବହିଷ୍କାର ଓ ଗିରଫ ଦାବି କରାଯାଇଛି। ଯେ ପର୍ଯ୍ୟନ୍ତ ଥାନାଅଧିକାରୀଣିଙ୍କୁ ନିଲମ୍ବନ ଓ ଗିରଫ କରାନ ଯାଇଛି ସେ ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି ସାମ୍ବାଦିକ ସଂଘ ପକ୍ଷରୁ କୁହାଯାଇଛି। ଏହି ପରିପ୍ରେକ୍ଷୀରେ ଆଜି ରାଉରକେଲାରେ ମିଳିତ ସାମ୍ବାଦିକ ସଂଘର ଉଭୟ ବୈଦ୍ୟୁତିକ ଓ ମୁଦ୍ରିତ ଗଣମାଧ୍ୟମର ସମସ୍ତ ସାମ୍ବାଦିକ କଳାବ୍ୟାଚ୍‌ ପରିଧାନ କରି ପ୍ରତିବାଦ କରିଛନ୍ତି। ଦୋଷୀ ପୁଲିସ ଅଧିକାରିଣୀଙ୍କୁ ନିଲମ୍ବନ ଓ ଗିରଫ କରିବାକୁ ଦାବି କରିଛନ୍ତି। ମିଳିତ ସାମ୍ବାଦିକ ସଂଘର ବରିଷ୍ଠ ସାମ୍ବାଦିକ ସତ୍ୟାନନ୍ଦ ମହାନ୍ତି, ଅରବିନ୍ଦ ଦାଶ, ଅନୀଲ ମହାନ୍ତି, ଏସ୍‌.ଏସ୍‌. ମିଶ୍ର କହିଛନ୍ତି କେବଳ କାର୍ଯ୍ୟରତ ହାବିଲଦାରଙ୍କୁ ନିଲମ୍ବନ କରାଯିବା ଯଥାର୍ଥ ନୁହେଁ। ବାଲେଶ୍ବର ପୁଲିସ ମୁଖ୍ୟାଳୟକୁ ବଦଳି ହୋଇଥିବା ନୀଳଗିରି ଥାନା ଅଧିକାରିଣୀ ଦ୍ରୌପଦୀ ଦାସ ଓ ତଦନ୍ତକାରୀ ଅଧିକାରିଣୀଙ୍କୁ ତୁରନ୍ତ ବହିଷ୍କାର ଓ ଗିରଫ କରି ନିରପେକ୍ଷ ତଦନ୍ତ କରାଯିବାର ଆବଶ୍ୟକତା ରହିଛି। କେବଳ ଏତିକି ନୁହେଁ, ସାମ୍ବାଦିକଙ୍କ ସୁରକ୍ଷା ଆଇନ ଲାଗୁ ନ ହେବାରୁ ସାମ୍ବାଦିକଙ୍କ ଉପରେ ପୁଲିସର ଏଭଳି ଜୁଲମ୍‌ ଦିନକୁ ଦିନ ବୃଦ୍ଧି ପାଉଛି। ନୀଳଗିରି ପୁଲିସ ଜଣେ ସାମ୍ବାଦିକଙ୍କୁ ଆତଙ୍କବାଦୀ ଭଳି ବ୍ୟବହାର କରି ତାଙ୍କ ଗୋଡରେ ବେଡ଼ି ପକାଇ ଡାକ୍ତରଖାନାରେ ଚିକିତ୍ସା କରାଯିବା ଦୁର୍ଭାଗ୍ୟଜନକ। ମୁଖ୍ୟମନ୍ତ୍ରୀ ତୁରନ୍ତ ସମ୍ବେଦନଶୀଳ ଘଟଣାରେ ହସ୍ତକ୍ଷେପ କରି ସମ୍ପୃକ୍ତ ଥାନା ଅଧିକାରିଣୀଙ୍କ ବିରୋଧରେ ଦୃଷ୍ଟାନ୍ତମୂଳକ ପଦକ୍ଷେପ ନେବାକୁ ସେମାନେ ଦାବି କରିଛନ୍ତି। ପରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଧେଶ୍ୟରେ ରାଉରକେଲା କର୍ମଜୀବୀ ସାମ୍ବାଦିକ ସମୂହ ପକ୍ଷରୁ ଏକ ସ୍ମାରକପତ୍ର ସୁନ୍ଦରଗଡ଼ ଜିଲ୍ଲାପାଳଙ୍କୁ ପ୍ରଦାନ କରାଯାଇଛି। ଦୋଷୀ ସମସ୍ତ ପୁଲିସ ଅଧିକାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଓ ସାମ୍ବାଦିକଙ୍କ ସୁରକ୍ଷା ସୁନିଶ୍ଚିତ କରିବାକୁ ଦାବିପତ୍ରରେ ଉଲ୍ଲେଖ କରାଯାଇଛି। ଆନ୍ଦୋଳନରେ ରାଉରକେଲା ମିଳିତ ସାମ୍ବାଦିକ ସଂଘର ପ୍ରତାପ ପାଢ଼ୀ, ପବନ ତିୱାରୀ, ଅଶୋକ ଦାସ, ଅମୀୟ ରଞ୍ଜନ ପରିଡ଼ା, ଗଣେଶ ସାହୁ, ମଳୟ ରାୟ, ସୁଶାନ୍ତ କୁମାର ଦାଶ, ଶର୍ମିଷ୍ଠା ପୃଷ୍ଟି, ରାନୁ ମହାପାତ୍ର, ଦିଲୀପ ଶର୍ମା, ପ୍ରତାପ କିଶୋର ରାଉତ, ସନ୍ତୋଷ କୁମାର ଦାସ, ଅଶୋକ କୁମାର ପାତ୍ର, ମଳୟ ରଞ୍ଜନ ସାହୁ, ଦେବବ୍ରତ ଗଡତିଆ, ଦିନେଶ ମିଶ୍ର, ଉମେଶ ସିଂ, ଗୌତମ ମାଇତି, ସୁଦର୍ଶନ ଜେନା, ରାଜୁ ପାତ୍ର, ବାପି ପଲ୍‌, ଶୁଭମ ସିଂ, ବିଶ୍ବଜିତ ନାୟକ, ଅନନ୍ତ ପଟ୍ଟନାୟକ, ମୃତ୍ୟୁଞ୍ଜୟ ଦାସ, ରଜନୀକାନ୍ତ ରାଉଳ, ରବି କୁମାର ଦାସ, ରାହୁଲ ଶଙ୍କର, ବଳିଆ ନାୟକ, ବିଜୟ ପ୍ରଧାନ ପ୍ରମୁଖ ସାମିଲ ହୋଇଥିଲେ

Leave A Reply

Your email address will not be published.