ଆସନ୍ତାକାଲି ରାମନବମୀ। ରାମନବମୀ ଉତ୍ସବ ପାଳନ ଲାଗି ବିଭିନ୍ନ ରାମନବମୀ ଅଖାଡା କମିଟିରେ ଜୋରଦାର ପ୍ରସ୍ତୁତି ଚାଲିଛି।

ଅନ୍ୟପକ୍ଷରେ ରାମନବମୀ ପୂଜା ସହ ଶୋଭାଯାତ୍ରା କିପରି ଶାନ୍ତିଶୃଙ୍ଖଳା ସହ ସମ୍ପନ୍ନ ହେବ ସେଥିଲାଗି ପ୍ରଶାସନିକ ସ୍ତରରେ ମଧ୍ୟ କସରତ ଚାଲିଛି । ଶୁକ୍ରବାର ଦିନ ରାଉରକେଲା ପୋଲିସ ପକ୍ଷରୁ ସହରରେ ଫ୍ଲାଗମାର୍ଚ୍ଚ କରାଯାଇଥିଲା । ରାମନବମୀ ଉତ୍ସବ ସୁରୁଖୁରୁରେ ପାଳନ ଲାଗି ଶନିବାର ଦିନ ରାଉରକେଲା ପୋଲିସ ପ୍ରଶାସନ ପକ୍ଷରୁ ଏକ ବୈଠକ କରାଯାଇଥିଲା। ଏହି ବୈଠକରେ ବିଭିନ୍ନ ଆଖାଡା କମିଟିର ସଦସ୍ୟ , ଇଣ୍ଟିଗ୍ରେସନ ଫୋରମର ସଦସ୍ୟ ମାନେ ଯୋଗ ଦେଇଥିଲେ। ପଶ୍ଚିମାଞ୍ଚଳ ଡ଼ିଆଇଜି ଜୟ ନାରାୟଣ ପଙ୍କଜ , ରାଉରକେଲା ଏସ ପି ମୁକେଶ କୁମାର ଭାମୁ ତଥା ଅନ୍ୟ ବରିଷ୍ଠ ପୋଲିସ ଅଧିକାରୀ ମାନେ ଏହି ବୈଠକ ରେ ବିଭିନ୍ନ ଗାଇଡ଼ଲାଇନ ସମ୍ପର୍କରେ ଆଲୋଚନା କରିଥିଲେ । ୧୧ ତାରିଖ ସୋମବାର ଦିନ ରାମନବମୀ ଶୋଭାଯାତ୍ରା ଦିନ ୩ଟା ରୁ ଆରମ୍ଭ ହୋଇ ସନ୍ଧ୍ୟା ୭ଟାରେ ସମ୍ପନ୍ନ ହେବ। ରିଙ୍ଗରୋଡ଼ ପରିବର୍ତ୍ତେ ସହରର ମୁଖ୍ୟ ରାସ୍ତାରେ ଶୋଭାଯାତ୍ରାN ବାହାରିବାକୁ ନିଷ୍ପତ୍ତି ହୋଇଥିଲା। ଶାନ୍ତି ଶୃଙ୍ଖଳା ସହ ରାମନବମୀ ପର୍ବ ପାଳନ କରିବାକୁ ପ୍ରଶାସନ ପକ୍ଷରୁ ନିବେଦନ କରାଯାଇଥିକେଲା