ବ୍ରାହ୍ମଣୀ ନଦୀରେ ଭାସି ଯାଉଥିବା ଜଣେ ବ୍ୟକ୍ତି ଙ୍କୁ ଉଦ୍ଧାର କଲେ ସ୍ଥାନୀୟ ଯୁବକ ।ବେଦବ୍ୟାସ ମନ୍ଦିର ନିକଟ ଘାଟରେ ଘଟିଥିଲା ଏହି ଅଘଟଣ ।

0 771

କେତେକ ଯୁବକଙ୍କ ସାହସ ଏବଂ ଉପସ୍ଥିତ ବୁଦ୍ଧି ଯୋଗୁ ବ୍ରାହ୍ମଣୀ ନଦୀରେ ଭାସି ଯାଉଥିବା ଜଣେ ଯୁବକ ଅଳ୍ପକେ ବଞ୍ଚି ଯାଇଛନ୍ତି । ଘଟଣା ଘଟିଛି ରାଉରକେଲା ବେଦବ୍ୟାସ ନଦୀ ଘାଟରେ । ସୋମବାର ଦିନ 12 ଟା ସମୟରେ ମନ୍ଦିର ସମ୍ମୁଖରେ ଥିବା ଘାଟରେ ଜଣେ ଯୁବକ ଗାଧୋଉଥିବା ବେଳେ ହଠାତ ପ୍ରଖର ସ୍ରୋତରେ ଭାସି ଯାଇଥିଲେ । ସେଠାକୁ ବୁଲି ଆସିଥିବା କେତେକ ଯୁବକଙ୍କ ନଜର ହଠାତ ଭାସି ଯାଉଥିବା ଯୁବକଙ୍କ ଉପରେ ପଡିଥିଲା । ସଙ୍ଗେ ସଙ୍ଗେ ଯୁବକ ମାନେ ପାଣିକୁ ଡେଇଁ ପଡି ଭାସି ଯାଉଥିବା ଯୁବକଙ୍କୁ ଉଦ୍ଧାର କରିଥିଲେ । ଯୁବକ ମାନଙ୍କ ଏହି କାର୍ଯ୍ୟକୁ ସ୍ଥାନୀୟ ଲୋକମାନେ ପ୍ରଶଂସା କରିଥିଲେ । ତେବେ ପ୍ରଶ୍ନ ଉଠୁଛି ଯେ ପ୍ରାୟ ପ୍ରତିବର୍ଷ ଉକ୍ତ ସ୍ଥାନରେ ଗାଧୋଉଥିବା ବେଳେ ଦୁର୍ଘଟଣା ଘଟି ଜୀବନ ହାନି ଘଟୁଚି । ତଥାପି ସଚେତନତା ଅଭାବରୁ ଏବଂ ଦାଇତ୍ୱ ହୀନତା ଯୋଗୁଁ ବାରମ୍ବାର ଏ ପ୍ରକାର ଦୁର୍ଘଟଣା ଘଟୁଛି ।

Leave A Reply

Your email address will not be published.