ରାଉରକେଲା ଏନ୍‌ ଆଇ ଟି ରେ କାର୍ଯ୍ୟରତ ସୁରକ୍ଷାକର୍ମୀଙ୍କୁ ଶୋଷଣ ଅଭିଯୋଗ ।

0 1,312

ସ୍ଥାନୀୟ ଏନ୍‌ଆଇଟି କ୍ୟାମ୍ପସ୍‌ରେ କାର୍ଯ୍ୟରତ ଘରୋଇ ସୁରକ୍ଷାକର୍ମୀ ମାନଙ୍କୁ ଶୋଷଣ କରାଯାଉଥିବା ଅଭିଯୋଗ ହୋଇଛି । ଏ ବାବଦରେ ତିନି ନମ୍ବର ସେକ୍ଟର ଥାନାର ଦ୍ବାରାସ୍ଥ ହୋଇଛନ୍ତି ସୁରକ୍ଷାକର୍ମୀ। ପ୍ରାୟ ୧୦୦ରୁ ଉର୍ଦ୍ଧ୍ବ ସୁରକ୍ଷକର୍ମୀଙ୍କୁ ଉଚିତ୍‌ ପ୍ରାପ୍ୟ ମିଳୁନଥିବା ଅଭିଯୋଗ ନେଇ ସେମାନେ କାମ କରୁଥିବା ସଂସ୍ଥା ବିରୋଧରେ ଏକ ଲିଖିତ ଅଭିଯୋଗ ଥାନାରେ ଦେଇଛନ୍ତି।

ସେମାନଙ୍କ ଅଭିଯୋଗ ଅନୁସାରେ, ମାସିକ ଦରମା ବାବଦକୁ ୧୮ହଜାର ଟଙ୍କା ଧାର୍ଯ୍ୟ ହୋଇଥିବା ବେଳେ ୧୪ହଜାର ଟଙ୍କା ମିଳୁଛି। ଅବଶିଷ୍ଟ ଟଙ୍କା କାହିଁକି ମିଳୁନି ବୋଲି ପ୍ରତିବାଦ କଲେ କାର୍ଯ୍ୟରୁ ବାହାର କରାଯାଉଛି। ଫଳରେ ଏହି ଜୁଲମ୍‌ରେ ସୁରକ୍ଷାକର୍ମୀମାନେ ଅତିଷ୍ଟ ହୋଇ ଆଜି ଦୀର୍ଘ ସମୟ ପର୍ଯ୍ୟନ୍ତ ଥାନା ସମ୍ମୁଖରେ ଏହାର ସମାଧାନ ପାଇଁ ଦାବି କରିଛନ୍ତି। ଏଥିରେ ସିକ୍ୟୁରିଟି ସଂସ୍ଥା ଏବଂ ଏନ୍‌ଆଇଟି କିଛି ଷ୍ଟାଫ ମିଶି ଏଭଳି ଅର୍ଥ ହେ‌ରଫେର୍‌ କରାଯିବା ସହ ବାହାର ରାଜ୍ୟ କର୍ମଚାରୀମାନଙ୍କୁ କମ ଦରମାରେ ନିଯୁକ୍ତି ଦେବା ସେମାନଙ୍କର ମୂଳ ଲକ୍ଷ୍ୟ ବୋଲି ଅଭିଯୋଗ ହୋଇଛି । ସୁରକ୍ଷାକର୍ମୀ ଅମୀୟ କୁମାର ସାହୁ, ନରେଶ ବିଶ୍ବାଳ, ତ୍ରିଲୋଚନା ପଣ୍ଡା, ସୋମନାଥ ବାରିକ, ଚନ୍ଦ୍ରକାନ୍ତ ମହାପାତ୍ର, ଦେବାନନ୍ଦ ବେହେରା, ବିଜୟ କୁମାର ପଣ୍ଡା ଦାରାସିଂହ ନାୟକଙ୍କ ସମେତ ୧୦୦ରୁ ଉର୍ଦ୍ଧ୍ବ ସୁରକ୍ଷାକର୍ମୀ ଏହି ଅଭିଯୋଗ କରିବା ସହ ସହ ଥ ଏହାର ତୁରନ୍ତ ସମାଧାନ କରିବାକୁ ଦାବି କରିଛନ୍ତି।

Leave A Reply

Your email address will not be published.