ସୁନ୍ଦରଗଡ ଜିଲ୍ଲା ଲେଫ୍ରିପଡ଼ା ଥାନା ପଟୁଆଡ଼ିହି ପଞ୍ଚାୟତ ସମିତି ହାଇସ୍କୁଲର ଜଣେ ଦଶମ ଶ୍ରେଣୀ ଛାତ୍ରୀ ହଷ୍ଟେଲ ଛାତ ରୁ ପଡି ମୃତ୍ୟୁ ବରଣ କରିଛି।

କେଉଁ ପରିପ୍ରେକ୍ଷୀରେ ଛାତ୍ରୀ ଜଣଙ୍କ ଛାତ ଉପରୁ ପଡି ମୃତ୍ୟୁ ବରଣ କଲେ ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ତେବେ ଏହି ଘଟଣାକୁ ନେଇ ପରିବାର ଲୋକେ ହତ୍ୟା ଅଭିଯୋଗ ଆଣୁଥିବା ବେଳେ ସ୍କୁଲ କର୍ତ୍ତୃପକ୍ଷ ଏହା ଏକ ଦୁର୍ଘଟଣା ବୋଲି କହୁଛନ୍ତି । ସୂଚନା ପାଇ ଲେଫ୍ରୀପଡ଼ା ଥାନା ଅଧିକାରୀ ତଦନ୍ତ ଆରମ୍ଭ କରିଛନ୍ତି । ସ୍କୁଲ ରେ ଛାତ୍ରୀଙ୍କୁ ଶାରୀରିକ ଏବଂ ମାନସିକ ନିର୍ଯ୍ୟାତନା ଦିଆଯାଉଥିବା ଅଭିଯୋଗ ହୋଇଛି। ତେବେ ଦୁର୍ଘଟଣା ବଶତଃ ଛାତ୍ରୀ ଜଣକ ମୃତ୍ୟୁ ବରଣ କରିଛନ୍ତି କିମ୍ବା ତାଙ୍କୁ ହତ୍ୟା କରାଯାଇଛି ତାହା ପୋଲିସ ତଦନ୍ତ ପରେ ଜଣା ପଡିବ। ପୋଲିସ ସ୍କୁଲର ପ୍ରଧାନ ଶିକ୍ଷକ ଏବଂ ହଷ୍ଟେଲ ୱାଡେନ ଙ୍କୁ ଅଟକ ରଖି ପଚରା ଉଚୁରା କରୁଛି ।