ରାଉରକେଲା ଯୁବକଙ୍କ ଦିଲ୍ଲୀ ପଦଯାତ୍ରା।। ସୁପର ସ୍ପେସିଆଲିଟି ହସପିଟାଲକୁ ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ ଉଦ୍ଧେଶ୍ୟରେ ଯାତ୍ରା।
ରାଉରକେଲା ରେ ଥିବା ସୁପର ସ୍ପେସିଆଲିଟି ହସପିଟାଲ କୁ ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ କରିବା ଦାବିରେ ସହରର ଜଣେ ଯୁବକ ଦିଲ୍ଲୀ ପଦଯାତ୍ରା କରିଛନ୍ତି। ଉତ୍କଳ ଦିବସରୁ ସହରର ଜଣେ ସାମାଜିକ କର୍ମୀ ମୁକ୍ତିକାନ୍ତ ବିଶ୍ୱାଳ ଏହି ପଦଯାତ୍ରା ଆରମ୍ଭ କରିଛନ୍ତି।

ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ରାଉରକେଲା ଏବେବି ବହୁ ପଛରେ। ରାଉରକେଲା ବାସୀଙ୍କୁ ଉତ୍ତମ ସ୍ୱାସ୍ଥ୍ୟ ସେବା ଯୋଗାଇଦେବା ଉଦ୍ଧେଶ୍ୟରେ ୨୦୧୫ ମସିହାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସହରରେ ଏକ ସୁପର ସ୍ପେସିଆଲିଟି ହସପିଟାଲ ହେବ ବୋଲି ଘୋଷଣା କରିଥିଲେ। ପ୍ରତିଶୃତି ଅନୁଯାୟୀ ହସପିଟାଲ ହେଲା ମଧ୍ୟ। ଭାରତର ମାନ୍ୟବର ରାଷ୍ଟ୍ରପତି ରାମନାଥ କୋବିନ୍ଦ ୨୦୨୧ ମସିହା ମାର୍ଚ୍ଚ ମାସରେ ଏହାର ଉଦଘାଟନ ମଧ୍ୟ କଲେ। ସେବେ ଠାରୁ ବର୍ଷେ ବିତିଗଲାଣି। କିନ୍ତୁ ଡାକ୍ତରଖାନାରେ ଏବେ ଡାକ୍ତର ନାହାନ୍ତି। କେତେକ ଜୁନିଅର ଡାକ୍ତରଙ୍କୁ ନେଇ ଚାଲିଛି ସୁପର ସ୍ପେସିଆଲିଟି ହସପିଟାଲ। ବହୁ ଉଦ୍ୟମ ସ୍ଵତ୍ତ୍ୱେ ମଧ୍ୟ ବିଭିନ୍ନ ବିଭାଗରେ ଅଭିଜ୍ଞ ଡାକ୍ତର ପୋଷ୍ଟିଂ ହୋଇ ପାରୁନାହାନ୍ତି। ଏବେ ମୁକ୍ତିକାନ୍ତ ଙ୍କ ଦିଲ୍ଲୀ ଯାତ୍ରା ଏବଂ ପ୍ରଧାନମନ୍ତ୍ରୀ ଙ୍କୁ ସାକ୍ଷାତ କରି ସମସ୍ୟା ବାବଦ ରେ ଅବଗତ କରିବା କେତେଦୂର ଫଳପ୍ରଦ ହେବ ତାହା ଆଗାମୀ ସମୟ କହିବ।