ନିୟନ୍ତ୍ରିତ ବଜ଼ାର କମିଟି ସମ୍ପାଦକଙ୍କ ଘରେ ଭିଜିଲାନ୍ସ ରେଡ଼ ।। ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢ଼ାଉ।

0 386

ସୁନ୍ଦରଗଡ ନିୟନ୍ତ୍ରିତ ବଜ଼ାର କମିଟିର ସମ୍ପାଦକ ବନମାଳୀ ନାଏକ ଏବେ ଭିଜିଲାନ୍ସ ସ୍କାନର ରେ। ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ନାଏକ ଙ୍କ ପାଞ୍ଚଟି ସ୍ଥାନରେ ଏକକାଳୀନ ଚଢାଉ କରିଛି ଭିଜିଲାନ୍ସ ବିଭାଗ ।

ବାଲିଶଙ୍କରା କୁକୁରିଡ଼ିହି ରେ ପୈତୃକ ଘର, ସୁନ୍ଦରଗଡ ଅଫିସ ଚେମ୍ବର , ଶଙ୍କରା ସ୍ଥିତ ଦୁଇଟି ବାସ ଭବନ ଏବଂ ଡେଙ୍ଗିଭାଡ଼ି ସ୍ଥିତ ଘରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇ ଯାଞ୍ଚ ଚାଲିଛି । ଏହି ଚଢ଼ାଉ ରେ ୫ଜଣ ଡ଼ିଏସପି , ୭ ଜଣ ଇନିସ୍ପେକ୍ଟର , ୪ ଏ ଏସ ଆଇ ଙ୍କ ସମେତ ଅନ୍ୟ ଅଧିକାରୀମାନେ ସାମିଲ ଅଛନ୍ତି । ସର୍ଚ୍ଚ ୱାରେଣ୍ଟ ବଳରେ ଏହି ଚଢ଼ାଉ ଶନିବାର ସକାଳୁ ଆରମ୍ଭ ହୋଇଛି। ଏବେ ସୁଦ୍ଧା ଲକ୍ଷାଧିକ ନଗଦ ଟଙ୍କା , ସୁନାଗହଣା ଆଦି ମିଳିଛି। ବିଭିନ୍ନ ସ୍ଥାନରେ ଥିବା ଘରର ମୂଲ୍ୟାୟନ କରାଯାଉଛି। ସବିଶେଷ ବିବରଣୀ କୁ ଅପେକ୍ଷା କରଯାଇଛି।

Leave A Reply

Your email address will not be published.