ରାଉରକେଲା : ଡେଲି ମାର୍କେଟ ଦୁର୍ଗାପୂଜା ମଣ୍ଡପର ନୂତନ ଦ୍ଵାର ଉଦ୍ଘାଟନ କଲେ ଦିଲ୍ଲୀପ ରାୟ।। ମାର୍କେଟ ର ଉନ୍ନତି କରଣ ପାଇଁ ପଦକ୍ଷେପ ନିଆ ଯାଇଥିବା କହିଲେ।
ରାଉରକେଲା:୩/୧୨(ସତ୍ୟାନ୍ୟୁଜ) ‘ ରାଉରକେଲା ମହାନଗର ନିଗମ ନିର୍ବାଚନ ହେଲେ ବହୁ ସମସ୍ୟା ସମାଧାନ ହୋଇ ଯିବ। ନିର୍ବାଚିତ ପ୍ରତିନିଧି ଆସିଲେ ସହରର ଉନ୍ନତିକରଣ ତ୍ୱରାନ୍ୱିତ ହେବ। ଏଥି ପାଇଁ ଆମେ ଉଦ୍ୟମ ଜାରି ରଖିଛୁ।’ ଏକଥା କହିଛନ୍ତି ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦିଲ୍ଲୀପ ରାୟ। ଆଜି ଡେଲି ମାର୍କେଟ ଦୁର୍ଗାପୂଜା ମଣ୍ଡପର ନୂତନ ଦ୍ଵାର ଉଦ୍ଘାଟନ କାର୍ଯ୍ୟକ୍ରମରେ ଯୋଗ ଦେବା ଅବସରରେ
ଆର୍ ଏମ୍ ସି ନିର୍ବାଚନ ଶୀଘ୍ର ହେବା ଆବଶ୍ୟକ ବୋଲି ଦିଲ୍ଲୀପ ରାୟ କହିଛନ୍ତି। ଏହାଛଡା ଡେଲି ମାର୍କେଟ ଅଞ୍ଚଳର ଉନ୍ନତି କରଣ ପାଇଁ ସେ ଜିଲ୍ଲାପାଳଙ୍କ ସହ ଆଲୋଚନା କରିଥିବା କହିଛନ୍ତି। ଡେଲି ମାର୍କେଟ ଅଂଚଳରେ ହେଉଥିବା ୨୪ ପ୍ରହରୀ ବହୁ ଦିନ ହେଲା ସ୍ଥାନ ଅଭାବରୁ ବନ୍ଦ ରହିଛି। ଚଳିତ ବର୍ଷ ପ୍ରଶାସନ ସଙ୍ଗେ ଆଲୋଚନା କରି ପୁଣି ଏହା ସ୍କୁଲ ପଡିଆରେ ଆରମ୍ଭ କରାଯିବା ନେଇ ଶ୍ରୀ ରାୟ କହିଛନ୍ତି।