ବଣାଇ : ରାଜସ୍ବ ଏବଂ ବନ ବିଭାଗ କର୍ମଚାରୀଙ୍କୁ ଫିଟ୍ ରଖିବାକୁ ପ୍ରୟାସ ଆରମ୍ଭ।। ଉଭୟ ବିଭାଗ ମଧ୍ୟରେ ବିଭିନ୍ନ ପ୍ରତିଯୋଗିତା ଆୟୋଜିତ।
ବଣାଇ:୩/୧(ସତ୍ୟାନ୍ୟୁଜ) ନିଜ ନିଜ କର୍ମଚାରୀଙ୍କୁ ଶାରୀରିକ ଏବଂ ମାନସିକ ଭାବେ ଫିଟ୍ ରଖିବାକୁ ବନ ବିଭାଗ ଏବଂ ରାଜସ୍ବ ବିଭାଗ ତରଫରୁ କ୍ରୀଡା ଏବଂ ବ୍ୟାୟାମ ଉପରେ ଗୁରୁତ୍ବ ଦିଆ ଯାଉଛି। ବଣାଇ ଉପ ଜିଲ୍ଲାପାଳ ଅକ୍ଷୟ କୁମାର ପିଲ୍ଲେ, ଏବଂ ବଣାଇ ଡିଏଫଓ ଲଳିତ ମୋହନ ପାତ୍ର ଙ୍କ ଉଦ୍ୟମ ଏଥିପାଇଁ ପ୍ରଶଂସନୀୟ। କିପରି ନିଜ କର୍ମଚାରୀ ଫିଟ ରହିବେ ସେଥିପାଇଁ ଏକ ଭିନ୍ନ ପ୍ରୟାସ ଉଭୟ ଆରମ୍ଭ କରି ଛନ୍ତି। ଖେଳ ମାଧ୍ୟମରେ ଏହି ଫିଟନେସ୍ କାର୍ଯ୍ୟକ୍ରମ ଜାରି ରହିଛି। ଏହି ପରୀପ୍ରେକ୍ଷୀରେ ବଣାଇ ବନବିଭାଗ ଏବଂ ରାଜସ୍ବ ବିଭାଗ କର୍ମଚାରୀ ଙ୍କ ମଧ୍ୟରେ ଏକ ଫୁଟବଲ୍ ମ୍ୟାଚ୍ ର ଆୟୋଜନ କରା ଯାଇଥିଲା। ଏହି ମ୍ୟାଚ୍ ରେ ରାଜସ୍ବ ବିଭାଗ ବିଜେତା ହୋଇ ଥିଲେ। ଉପଜିଲ୍ଲାପାଳ ଏବଂ ଡ଼ିଏଫଓ ପ୍ରଥମେ ବଲ୍ କିକ୍ ମାରି ମ୍ୟାଚ୍ କୁ ଉଦ୍ଘାଟନ କରିଥିଲେ। ମହିଳା ମାନଙ୍କ ମଧ୍ୟରେ ୧୦୦ ମିଟର ଦୌଡ଼ ବେଶ ଚିତାକର୍ଷକ ଥିଲା। ସଟ୍ ପୁଟ୍, ଡିସ୍କସ ଥ୍ରୋ, ବ୍ୟାଡ଼ ମିଣ୍ଟନ, ଦୌଡି ଟଣା ପ୍ରଭୁତି ଖେଳ ହୋଇ ଥିଲା। ମହିଳା କର୍ମଚାରୀ ମାନେ ଫୁଟବଲ ଖେଳକୁ ଛାଡି ସମସ୍ତ ପ୍ରତିଯୋଗିତାରେ ଭାଗ ନେଇ ଥିଲେ।
ବିଜେତା ଏବଂ ଉପବିଜେତାଙ୍କୁ ଟ୍ରଫି ପ୍ରଦାନ କରା ଯାଇ ଥିଲା। ଏହି କାର୍ଯ୍ୟକ୍ରମରେ ଡେପୁଟି କଲେକ୍ଟର, ଆସିଷ୍ଟାଣ୍ଟ କଲେକ୍ଟର, ବଣାଇ ଏସିଏଫ୍ ଅତିଥି ଭାବେ ଯୋଗ ଦେଇ କର୍ମଚାରୀ ଙ୍କୁ ଉତ୍ସାହିତ କରି ଥିଲେ।