ଆଜି ଉତ୍କଳ ଦିବସ। ଆଜି ଦିନରେ ଓଡିଶା ଏକ ସ୍ୱତନ୍ତ୍ର ପ୍ରଦେଶ ଭାବେ ସ୍ୱୀକୃତି ଲାଭ କରିଥିଲା।

ଏହି ଦିନକୁ ସମଗ୍ର ଓଡିଶା ବାସୀ ଧୂମଧାମ ରେ ପାଳନ କରିଥାନ୍ତି। ମାତ୍ର କୋଭିଡ କଟକଣା ଯୋଗୁ ଗତ ଦୁଇବର୍ଷ ହେଲା ଉତ୍କଳ ଦିବସ ପାଳନ ଫିକା ପଡିଯାଇଥିଲା। ଚଳିତ ବର୍ଷ କୋଭିଡ କଟକଣା ଅନେକାଂଶରେ କୋହଳ ହୋଇଥିବାରୁ ସରକାରୀ ସ୍ତରରେ ଏବଂ ବିଭିନ୍ନ ସଂଗଠନ ପକ୍ଷରୁ ଉତ୍କଳ ଦିବସରେ ବିଭିନ୍ନ କାର୍ଯ୍ୟକ୍ରମ ମାନ ଅନୁଷ୍ଠିତ ହୋଇଛି। ଏହି ପରିପ୍ରେକ୍ଷୀରେ ଏକ ଶୋଭାଯାତ୍ରା ରାଉରକେଲା ଉଦିତନଗର ଆମ୍ବେଦକର ଛକ ରୁ ବାହାରି ସହରର ମୁଖ୍ୟମାର୍ଗ ପରିକ୍ରମା କରି ପୁରୁଣା ବସଷ୍ଟାଣ୍ଡ ରେ ପହଞ୍ଚିଥିଲା। ବିଭିନ୍ନ ସଙ୍ଗଠନ ପକ୍ଷରୁ ସେଠାରେ ମଧୁବାବୁଙ୍କ ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ କରାଯାଇଥିଲା। ସହରର ବିଭିନ୍ନ ସ୍ଥାନରେ ଉତ୍କଳ ଦିବସ ପାଳନ ପରିପ୍ରେକ୍ଷୀରେ ବିଭିନ୍ନ ସଙ୍ଗଠନ ପକ୍ଷରୁ ବହୁ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି।