ପେଟ୍ରୋଲ , ଡିଜେଲ , ରନ୍ଧନ ଗ୍ୟାସ ଦର ବୃଦ୍ଧି ପ୍ରତିବାଦ।। ରାଉରକେଲା ରେ କଂଗ୍ରେସର ବିକ୍ଷୋଭ ପ୍ରଦର୍ଶନ।

0 325

ରନ୍ଧନ ଗ୍ୟାସ ଏବଂ ତୈଳଦର ର ଅହେତୁକ ବୃଦ୍ଧି ପ୍ରତିବାଦରେ ରାଉରକେଲା ଜିଲ୍ଲା କଂଗ୍ରେସ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି।

ଗୁରୁବାର ଦିନ ଏସ୍ ଟି ଆଇ ଛକ ନିକଟରେ ଏହି ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। କଂଗ୍ରେସ କର୍ମୀମାନେ ହାତରେ ଗ୍ୟାସ ସିଲିଣ୍ଡର ଧରି , ଘଣ୍ଟା ବାଡେଇ ବିରୋଧ ପ୍ରକଟ କରିଥିଲେ। ଗତ ଦଶ ଦିନ ମଧ୍ୟରେ ନଅ ଥର ତୈଳ ଦର ବଢିବା ନେଇ ସାଧାରଣ ଜନତା ଚିନ୍ତାରେ ଥିବା ବେଳେ ରନ୍ଧନ ଗ୍ୟାସ ରେ ଦରବୃଦ୍ଧି ସିଧା ଖାଉଟିଙ୍କ ରୋଷେଇ ଘରେ ପ୍ରଭାବ ପକାଇଛି। ୫ ଟି ରାଜ୍ୟରେ ନିର୍ବାଚନ ସରୁ ସରୁ କେନ୍ଦ୍ର ସରକାରଙ୍କ ପେଟ୍ରୋଲ , ଡିଜେଲ ଉପରେ ଦର ବୃଦ୍ଧି ନେଇ କଂଗ୍ରେସ ଆନ୍ଦୋଳନକୁ ତୀବ୍ର କରିବ ବୋଲି ଦଳ ପକ୍ଷରୁ ଚେତାବନୀ ଦିଆଯାଇଛି

Leave A Reply

Your email address will not be published.