ରାଜସ୍ଥାନ ପରିଷଦର ସୁବର୍ଣ୍ଣ ଜୟନ୍ତୀ ଅବସରରେ ରାଉରକେଲାରେ ରାଜସ୍ଥାନ ଦିବସ ପାଳନ।। ବହୁ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଅନୁଷ୍ଠିତ।

0 289

ରାଜସ୍ଥାନ ପରିଷଦର ସ୍ବର୍ଣ୍ଣ ଜୟନ୍ତୀ ଅବସରରେ ରାଉରକେଲା ଅମର ଭବନ ପରିସରରେ ରାଜସ୍ଥାନ ଦିବସକୁ ନେଇ ରଙ୍ଗାରଙ୍ଗ ସାସ୍କୃତିକ କାର୍ଯ୍ୟକ୍ରମର ଭବ୍ଯ ଆୟୋଜନ କରାଯାଇଥିଲା।

ଏହି ଅବସରରେ କୋଲକାତାରୁ ଆସିଥିବା କଳାକାରମାନଙ୍କ ଦ୍ବାରା ରାଜସ୍ଥାନ ଲୋକନୃତ୍ୟ ଓ ଗୀତ ପରିବେଷଣ କରାଯାଇଥିଲା। ଏହି କାର୍ଯ୍ୟକ୍ରମ ବେଶ ଆକର୍ଷଣୀୟ ହୋଇଥିଲା। ଆର୍କଷଣର କେନ୍ଦ୍ରବିନ୍ଦୁ ଥିଲା ରାଜସ୍ଥାନୀ ଘୁମର ନୃତ୍ଯ ଓ ଫାଗୁନ୍ ନୃତ୍ଯ। ଏହିଅବସରରେ ରାଜସ୍ଥାନ ପରିଷଦର ସରକ୍ଷଙ୍କ କାଶୀ ପ୍ରସାଦ ଝୁନଝୁନଓ୍ବାଲା ଦୀପ ପ୍ରଜ୍ବଳନ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ସହ-ସରକ୍ଷଙ୍କ ଗୋପାଳ ବାଗାରିଆ, ଅଧ୍ୟକ୍ଷ ଶୈଳେନ୍ଦ୍ର ମରୋଠିଆ ସାଧାରଣ ସମ୍ପାଦକ ପବନ ଗେଡିଆ, ଉପାଧ୍ୟକ୍ଷ ଯୁଗଳ ମାରୋଠିଆ, ରମେଶ ରାଜୁକା ସମେତ ବରିଷ୍ଠ ପଦାଧିକାରୀ, ପୂର୍ବ ଅଧ୍ୟକ୍ଷ ଓ କାର୍ଯ୍ଯକାରୀ ସଭ୍ଯ ମାନେ ଉପସ୍ଥିତ ଥିଲେ। ପରିଷଦ ତରଫରୁ ପୂର୍ବ କୋଷାଧ୍ୟକ୍ଷ, ଦାନଦାତା, ବରିଷ୍ଠ ସଭ୍ଯଙ୍କୁ ମୋମେଣ୍ଟୋ ଦେଇ ସମ୍ମାନିତ କରାଯାଇଥିଲା। ମଞ୍ଚ ପରିଚାଳନା ବରୁଣ ସୋମାନୀ କରିଥିଲେ।

Leave A Reply

Your email address will not be published.