“କର୍ମକ୍ଷେତ୍ରରେ ମହିଳା ଙ୍କ ଉପରେ ଯୌନ ନିର୍ଯ୍ୟାତନା (ନିବାରଣ, ନିଷେଧ ଓ ନିରାକରଣ) ଆଇନ ୨୦୧୩” ବିଷୟରେ ଜିଲ୍ଲା ସାମାଜିକ ମଙ୍ଗଳ ଅଧିକାରୀ ଙ୍କ ତତ୍ତ୍ଵାବଧାନରେ ସଦର ବ୍ଲକ ଅଫିସ ପରିସର ରେ ଜିଲ୍ଲା ସ୍ତରୀୟ ଏକ ଦିନିକିଆ ଅନଲାଇନ୍ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି।

ଏଥିରେ ବିଭିନ୍ନ ବିଭାଗୀୟ ଅଧିକାରୀ ଯଥା ଆରକ୍ଷୀ ଅଧିକ୍ଷକ,ସୁନ୍ଦରଗଡ଼ ଓ ରାଉରକେଲା, ଅତିରିକ୍ତ ଜିଲ୍ଲାପାଳ, ସୁନ୍ଦରଗଡ଼ ଓ ରାଉରକେଲା, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ,ଜିଲ୍ଲା ମଙ୍ଗଳ ଅଧିକାରୀ, ଜିଲ୍ଲା ଶିକ୍ଷାଧିକାରୀ, ଜିଲ୍ଲା ପ୍ରକଳ୍ପ ସଂଯୋଜୋକ, ସର୍ବ ଶିକ୍ଷା, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ, ସମସ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ, ସମସ୍ତ ତହସିଲଦାର, ସମସ୍ତ ସି. ଡି.ପି.ଓ. ତଥା ଆଭ୍ୟନ୍ତରୀଣ ଅଭିଯୋଗ କମିଟି , ସ୍ଥାନୀୟ ଅଭିଯୋଗ କମିଟି ର ସଭ୍ୟ ଆଦି ଯୋଗ ଦେଇ ଆଲୋଚନା ରେ ଅଂଶଗ୍ରହଣ କରିଥିଲେ। ବୈଠକରେ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଶ୍ରୀମତୀ ପ୍ରବାସିନୀ ଚକ୍ର ସ୍ବାଗତ ଅଭିଭାଷଣ ପ୍ରଦାନ କରିବା ସହିତ ପ୍ରଶିକ୍ଷଣ ର ଲକ୍ଷ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ। ପ୍ରଶିକ୍ଷକ ଶ୍ରୀ କମଳ ସେନ୍ ଏହି ଆଇନ୍ ର ମୂଳ ଲକ୍ଷ୍ୟ, ଯୌନ ଉତ୍ପୀଡନ,କର୍ମଚାରୀ ତଥା କର୍ମକ୍ଷେତ୍ର, ପ୍ରତିପକ୍ଷ, ଆଦି ସମ୍ପର୍କରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ। କର୍ମକ୍ଷେତ୍ରରେ ଯୌନ ନିର୍ଯ୍ୟାତନା କିମ୍ବା ଯୌନ ଉତ୍ପୀଡନ ର ଅଭିଯୋଗ ଆସିଲେ ନିଯୁକ୍ତିଦାତା ଙ୍କର କର୍ତ୍ତବ୍ୟ କଣ ରହିବ ସେ ସମ୍ପର୍କରେ ଅନ୍ୟ ପ୍ରଶିକ୍ଷିକା ପ୍ରତିମା ମିଶ୍ର ଆଲୋଚନା କରିଥିଲେ ଏବଂ ସ୍ଥାନୀୟ ଅଭିଯୋଗ କମିଟି ତଥା ଆଭ୍ୟନ୍ତରୀଣ ଅଭିଯୋଗ କମିଟି କିପରି ଗଠିତ ହୁଏ ଓ ଏହି କମିଟିରେ କେଉଁ ମାନେ ସଭ୍ୟ ରହିପାରିବେ ସେ ସମ୍ପର୍କରେ ଆଲୋକପାତ କରିଥିଲେ। ଏହି ସମସ୍ତ ପ୍ରଶିକ୍ଷଣ କାର୍ଯ୍ୟକ୍ରମ କୁ ସୁରକ୍ଷା ଅଧିକାରୀ ଶ୍ରୀମତୀ ଚୁଲେଶ୍ୱରୀ ପଟେଲ ପରିଚାଳନା କରିଥିଲେ
।