ଜଙ୍ଗଲରେ ନିଅଁ ଲଗାଉଥିବା ବେଳେ ରାଉରକେଲା ବନବିଭାଗ ହାତରେ ଧରପଡିଲେ ଜଣେ ଦୃବୃତ୍ତ।। ଅଧିକ ତଦନ୍ତ ଜାରି।

0 524

ରାଉରକେଲା ସମେତ ସମଗ୍ର ସୁନ୍ଦରଗଡ଼ ଜିଲ୍ଲାରେ ଥିବା ଜଙ୍ଗଲ ଗୁଡିକରେ ଏବେ ନିଆଁ ଲାଗି ବହୁ ଗଛ ଲତା ପୋଡି ନଷ୍ଟ ହୋଇଯାଉଛି। ପ୍ରବଳ ଗ୍ରୀଷ୍ମପ୍ରବାହ ଯୋଗୁଁ ଜଙ୍ଗଲରେ ନିଆଁ ଲାଗୁଛି କିମ୍ବା କିଏ ଲଗାଇଦେଉଛି ତାର ତଦନ୍ତ ଚାଲୁଛି।

ଏହି ସମୟରେ ଜିଲ୍ଲାର ବାଙ୍କୀ ଫରେଷ୍ଟ ରେଞ୍ଜ ର ଚମ୍ପାଝରଣ ନିକଟ କରଡା ଜଙ୍ଗଲରେ ଜଣେ ବ୍ୟକ୍ତି ନିଆଁ ଲଗାଉଥିବା ବେଳେ ବନବିଭାଗ କର୍ମଚାରୀଙ୍କ ହାତରେ ଧରାପଡିଛି। ଉକ୍ତ ବ୍ୟକ୍ତିଙ୍କ ପାଖ ଗ୍ରାମର ସଞ୍ଜୟ ମୁଣ୍ଡା । ମହୁଲ ଗୋଟାଇବାକୁ ଆସୁଥିବା ବେଳେ ଜଙ୍ଗଲରେ ନିଆଁ ଲଗାଇ ଦେଉଛନ୍ତି କେତେକ ଦୃବୃତ୍ତ। ତେବେ ଏହି ନିଆଁ ଲଗାଇବା ଘଟଣାରେ ଆଉ କେଉଁମାନେ ସମ୍ପୃକ୍ତ ଅଛନ୍ତି ରାଉରକେଲା ବନବିଭାଗ ତାର ତଦନ୍ତ କରୁଛି। ଅନ୍ୟପକ୍ଷରେ ଜଙ୍ଗଲରେ ଲାଗୁଥିବା ନିଆଁ ଅୟତ୍ତ କରିବାକୁ ସମସ୍ତ ପଦକ୍ଷେପ ନିଆଯାଇଛି ବୋଲି ରାଉରକେଲା ଡିଏଫଓ କହିଛନ୍ତି ।

Leave A Reply

Your email address will not be published.