ଜଳୁଛି ଦୁର୍ଗାପୁର ପାହାଡ଼। ପାଉଁଶ ଏବଂ ଧୂଆଁ ରେ ଆଚ୍ଛାଦିତ ହୋଇଯାଇଛି ରାଉରକେଲା ସହର।

ଘର ଦ୍ୱାର ଯୁଆଡେ ଦେଖିବ ଧଳା ପାଉଁଶ। ତଥାପି ବନବିଭାଗ ଦ୍ୱାରା ନିଆଁ ଲିଭାଇବାକୁ ସେମିତି କୌଣସି ବିଶେଷ ପଦକ୍ଷେପ ନିଆ ଯାଉନଥିବାରୁ ଜନ ଅସନ୍ତୋଷ ବଢୁଛି। ବିଗତ ଦୁଇ ଦିନ ହେବ ଜଳୁଛି ଦୁର୍ଗାପୁର ରିଜର୍ଭ ଫରେଷ୍ଟ। ଗୋଟେ ପରେ ଗୋଟେ ଜାଗାରେ ଲାଗୁଛି ନିଆଁ। ଏହି ନିଆଁରେ ମୂଲ୍ୟବାନ ଗଛ ସହ ଜଙ୍ଗଲରେ ରହୁଥିବା ଜୀବଜନ୍ତୁ ପୋଡି ଛାରଖାର ହେଇଗଲେଣି। ତଥାପି ଚେତା ପସୁନି ବନବିଭାଗ ଅଧିକାରୀ ଙ୍କର। ଜଙ୍ଗଲ କୁ ନିଆଁ ଦାଉରୁ ରକ୍ଷା କରିବା ପାଇଁ ସ୍ୱତନ୍ତ୍ର ପାଣ୍ଠି ରହିଥିବା ବେଳେ ନିଆଁ ଲିଭାଇବାକୁ ବନବିଭାଗର ସ୍ୱତନ୍ତ୍ର ସ୍କ୍ୱାର୍ଡ଼ ରହିଛି। ସେମାନଙ୍କୁ ତାଲିମ ମଧ୍ୟ ଦିଆଯାଇଛି । ତେବେ ପ୍ରଶ୍ନ ଉଠୁଛି କୁଆଡେ ଗଲେ ସେହି ସ୍ୱତନ୍ତ୍ର ତାଲିମ ପାଇଥିବା ବନବିଭାଗ ର କର୍ମଚାରୀ। ତେବେ ଦୁର୍ଗାପୁର ରିଜର୍ଭ ଜଙ୍ଗଲରେ ବାରମ୍ବାର ନିଆଁ ଲାଗୁଥିବାରୁ ଏବଂ ଏହାକୁ ଲିଭାଇବାକୁ ସେପରି ପଦକ୍ଷେପ ନିଆଯାଉନାହିଁ। କୌଣସି ଦୁର୍ନୀତି କୁ ଲୁଚାଇବାକୁ ଏହା କେତେକ ଅସାଧୁ କର୍ମଚାରୀଙ୍କ ପ୍ରୟାସ ବୋଲି ସାଧାରଣରେ ସନ୍ଦେହ ପ୍ରକାଶ ପାଇଛି ।