ଫ୍ଲାଶ ଫ୍ଲଡ଼ ରେ ଖୁଣ୍ଟଗାଁ-କେନ୍ଦୁଝର ରାସ୍ତା ବନ୍ଦ।ଅର୍ଦ୍ଧ ନିର୍ମିତ ବ୍ରିଜ ସମ୍ପୂର୍ଣ୍ଣ କରିବାକୁ ସାଧାରଣ ରେ ଦାବି ।
ଗତ କାଲି ରାତିରୁ ପ୍ରବଳ ବର୍ଷା ବଣାଇଁ ଅଞ୍ଚଳରେ ଲାଗିରହିଛି । ହଠାତ ଏତେ ପରିମାଣର ବର୍ଷା କମ ସମୟରେ ହେବା ଫଳରେ ଫ୍ଲାଶ ଫ୍ଲଡ଼ ର ସ୍ଥତି ସୃଷ୍ଟି ହୋଇଛି । ଖୁଣ୍ଟଗାଁ ନିକଟରେ ଥିବା ଏକ ଅସ୍ଥାୟୀ ପୋଲ ଉପରେ ପ୍ରାୟ ଚାରି ଫୁଟ ଉଚ୍ଚରେ ବନ୍ୟାଜଳ ପ୍ରବାହିତ ହେବା ଫଳରେ ଖୁଟଗାଁ-କେନ୍ଦୁଝର ପୂର୍ତ୍ତ ବିଭାଗ ରାସ୍ତାରେ ଯାନ ବାହନ ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ରହିଥିଲା l ଉକ୍ତ ରାସ୍ତା ଦେଇ ଲହୁଣୀପଡା ବ୍ଲକ ର ଦୁଇଟି ପଞ୍ଚାୟତ ହଳଦିକୁଦର ଓ ଫୁଲଝର ଅଞ୍ଚଳର ଲୋକ ମାନଙ୍କର ଯିବା ଆସିବା ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଥିଲା । ପ୍ରତି ବର୍ଷ ବର୍ଷା ହେଲେ ପାହାଡ଼ ଉପରୁ ପ୍ରଖର ଗତି ରେ ପାଣି ମାଡ଼ି ଆସି ବନ୍ୟାର ପରିସ୍ଥିତି ସୃଷ୍ଟି ହୋଇଥାଏ । ତୁରନ୍ତ ପୂର୍ତ୍ତ ବିଭାଗ ଏଠାରେ ଥିବା ବ୍ରିଜ଼ କୁ ସମ୍ପୂର୍ଣ୍ଣ କରିବାକୁ ସାଧାରଣରେ ଦାବି ହେଉଛି । ସୂଚନାଯୋଗ୍ୟ ଯେ ଗତ ତିନିବର୍ଷ ହେଲା ଏହି ବ୍ରିଜ ର ନିର୍ମାଣ କାର୍ଯ୍ୟ ଚାଲିଛି । ବ୍ରିଜ ର ଡିଜାଇନ ରେ ପରିବର୍ତ୍ତନ ହେବାରୁ କାର୍ଯ୍ୟରେ ବିଳମ୍ବ ହେଉଛି ବୋଲି ପୂର୍ତ୍ତ ବିଭାଗ ନିର୍ବାହୀ ଯନ୍ତ୍ରୀ କହିଛନ୍ତି ।