ଏଆରପୋର୍ଟ ରେ ମହିଳା ଙ୍କୁ ଦୁଷ୍କର୍ମ ଉଦ୍ୟମ ଘଟଣା।ଅଭିଯୁକ୍ତ ଗିରଫ , କୋର୍ଟ ଚାଲାଣ ।

0 875

ରାଉରକେଲା ବିମାନ ବନ୍ଦର ପରିସରରେ ଜଣେ ମହିଳାଙ୍କୁ ଦୁଷ୍କର୍ମ ଉଦ୍ୟମ କରିଥିବା ଅଭିଯୁକ୍ତ ଙ୍କୁ ପୋଲିସ କୋର୍ଟ ଚାଲାଣ କରିଛି । ଭାରତୀୟ ପିଙ୍ଗଲ କୋର୍ଡ ଧାରା 354 , 354A ଏବଂ SC , ST ଆକ୍ଟ ରେ ଅଭିଯୁକ୍ତଙ୍କ ନାମରେ ଛେଣ୍ଡ ଥାନାରେ ମାମଲା ଦାୟର ହେବା ପରେ ପୋଲିସ ତଦନ୍ତ କରି ଅଭିଯୁକ୍ତ ସୁମନ୍ତ ନନ୍ଦ ଙ୍କୁ ଗିରଫ କରିଥିଲା। ଅଭିଯୋଗ ଅନୁଯାୟୀ ବିମାନ ବନ୍ଦର ମଧ୍ୟରେ କାମରେ ନିୟୋଜିତ ଥିବା ଜଣେ ମହିଳାଙ୍କୁ ଉକ୍ତ ଏୟାରପୋର୍ଟ ମଧ୍ୟରେ ଥିବା ଏକ ତୈଳ କମ୍ପାନୀର ଉକ୍ତ କର୍ମଚାରୀ ବହୁଦିନ ହେଲା ଆପତ୍ତିଜନକ ବ୍ୟବହାର କରି ଆସୁଥିଲେ । ଗୁରୁବାର ଦିନ କାମ ସାରି ମହିଳା ଜଣଙ୍କ ଦ୍ବିପ୍ରହରେ ବିଶ୍ରାମ ନେଉଥିବା ବେଳେ ଉକ୍ତ କର୍ମଚାରୀ ରୁମ ମଧ୍ୟରେ ପ୍ରବେଶ କରି ତାଙ୍କୁ ଦୁଷ୍କର୍ମ ଉଦ୍ୟମ କରିଥିବା ଛେଣ୍ଡ ଥାନାରେ 16 ତାରିଖ ଦିନ ଅଭିଯୋଗ କରିଥିଲେ ପିଡିତା । ଏହି ଘଟଣାକୁ ନେଇ ଉତ୍ତେଜନା ମଧ୍ୟ ପ୍ରକାଶ ପାଇଥିଲା । ପୋଲିସ ତଦନ୍ତ ପରେ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିଲା ।

Leave A Reply

Your email address will not be published.