ରାଉରକେଲା ରେ ହେବ ସ୍ମାର୍ଟ ଗ୍ରୀଡ ଷ୍ଟେସନ : ଶ୍ରୀ ଦିବ୍ୟ ଶଙ୍କର ମିଶ୍ର

0 564


ରାଉରକେଲା:୧୭/୯/୨୧ ରାଉରକେଲା ଠାରେ ସ୍ବତନ୍ତ୍ର ସ୍ମାର୍ଟ ଗ୍ରୀଡ ଷ୍ଟେସନ ନିର୍ମାଣ କରାଯିବ ରାଜ୍ଯ ଶକ୍ତି, ଶିଳ୍ପ, ଏମଏସଏମଇ, ଏବଂ ଗୃହ ମନ୍ତ୍ରୀ ଶ୍ରୀଯୁକ୍ତ ଦିବ୍ଯ ଶଂକର ମିଶ୍ର ଗୁରୁବାର ସଂଧ୍ଯା ରେ ମହାନଗର ନିଗମ ସମ୍ମିଳନୀର କକ୍ଷରେ ଅନୁଷ୍ଠିତ ବିଦ୍ୟୁତ ଏବଂ ଶିଳ୍ପ ର ବିକାଶ ଉପରେ ସମୀକ୍ଷା ବୈଠକରେ ଯୋଗ ଦେଇ କହିଛନ୍ତି। ଏହି ବୈଠକରେ ରାଉରକେଲା ବିଧାୟକ ସାରଦା ପ୍ରସାଦ ନାୟକ, ରାଉରକେଲା ଏସପି ମୁକେଶ କୁମାର ଭାମୁ, ଅତିରିକ୍ତ ଜିଲ୍ଲା ପାଳ ତଥା ମହାନଗର ନିଗମ ଆୟୁକ୍ତ ଦିବ୍ଯଜ୍ଯୋତି ପରିଡ଼ା ଉପସ୍ଥିତ ଥିଲେ।

ଶ୍ରୀ ମିଶ୍ର ରାଉରକେଲା ସହର ରେ କିପରି ବିଦ୍ୟୁତ ସରବରାହ ସଠିକ ଭାବରେ ସମସ୍ତ ଙ୍କ ପାଖକୁ ପହଞ୍ଚି ପାରିବ ସେ ଦିଗରେ ଦ୍ରୁଷ୍ଟି ଦେବାକୁ ବିଭାଗୀୟ ଅଧିକାରୀ ଙ୍କୁ କହିଥିଲେ। ଘରୋଇ, ବ୍ୟବସାୟିକ ତଥା ଶିଳ୍ପ ର ବ୍ଯବହାର ପାଇଁ ବିଦ୍ଯୁତ ସେବା କିପରି ଉନ୍ନତ ମାନର ହୋଇ ପାରିବ ସେଥି ପାଇଁ ସ୍ବତନ୍ତ୍ର ସ୍ମାର୍ଟ ଗ୍ରୀଡ ଷ୍ଟେସନ ନିର୍ମାଣ କରିବାକୁ ସଂପ୍ରକ୍ତ ବିଭାଗୀୟ ଅଧିକାରୀ ଙ୍କୁ ନିର୍ଦ୍ଦେଶ ଦେଇଥିଲେ। ସେମାନଙ୍କୁ ଯଥା ସମୟ ମଧ୍ଯ ରେ ଜାଗା ଚିହ୍ନଟ କରିବାକୁ କହିଥିଲେ। ଏହାଛଡା ବଣାଇଁ, ଗୁରୁଣ୍ତି ଆ ବ୍ଲକ ଗୁଡିକ ରେ ବିଜୁଳି ର ହେଉଥବା ସମସ୍ୟା ଉପରେ ବିଧାୟକ ସାରଦା ପ୍ରସାଦ ନାୟକ ଅବଗତ କରାଇଥିଲେ। ଶ୍ରୀ ମିଶ୍ର ଏହାର ଶୀଘ୍ର ସମାଧାନ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଏହି ବୈଠକରେ ବିଦ୍ଯୁତ ବିଭାଗ , ଶିଳ୍ପ ଓ ଇଡକୋ ବିଭାଗ ର ପ୍ରଶାସନିକ ଅଧିକାରୀ ଉପସ୍ଥିତ ଥିଲେ।


ଏହା ପୂର୍ବରୁ କ୍ୟାପଟେନ ମିଶ୍ର ବିର୍ସାମୁଣ୍ଡା ଅନ୍ତର୍ଜାତୀୟ ହକି ଷ୍ଟାଡ଼ିୟମ କୁ ମଧ୍ଯ ପରିଦର୍ଶନ କରିଥିଲେ। ଏବଂ ଷ୍ଟାଡ଼ିୟମ ର ଅଗ୍ରଗତି ଉପରେ ସମୀକ୍ଷା କରିଥିଲେ। ପରିଦର୍ଶନ ସମୟରେ ଏଡିଏମ,ରାଉରକେଲା ଦିବ୍ଯଜ୍ଯୋତି ପରିଡ଼ା, ଇଡକୋ ର ଡିଭିଜନାଲ ପ୍ରମୁଖ ବିଜୟ କୁମାର ମହାନ୍ତି, ଏଲ ଏଣ୍ଡ ଟି ର ପ୍ରୋଜେକ୍ଟ ମ୍ୟାନେଜର ଏସ କେ ନାରାୟଣ ଏବଂ ଡିଜାଇନ ଟିମ ଉପସ୍ଥିତ ଥିଲେ।

Leave A Reply

Your email address will not be published.