ଟ୍ରକ ମାଲିକ ସଙ୍ଘ ର 12 ଘଣ୍ଟିଆ ବନ୍ଦ ଡାକରା ।ସୁନ୍ଦରଗଡ଼ ରେ ସାଧାରଣ ଜୀବନଯାତ୍ରା ବ୍ୟାହତ ।

0 521

ସୁନ୍ଦରଗଡ଼ ଟ୍ରକ ମାଲିକ ସଂଘର ୧୨ ଘଣ୍ଟିଆ ସୁନ୍ଦରଗଡ଼ ସହର ବନ୍ଦ ଡାକରା ଯୋଗୁଁ ସାଧାରଣ ଜୀବନ ଯାତ୍ରା ବ୍ୟାହତ ହୋଇଛି । କୋଇଲା ପରିବହନ ରେ ଭଡା ବୃଦ୍ଧି , ପ୍ରଥମେ ଆସିଥିବା ଗୋଡିକୁ ଲୋଡିଙ୍ଗ ଦେବା ଆଦି ଦାବିରେ ଏହି ବନ୍ଦ ଡାକରା ଦିଆଯାଇଛି ।

କମ୍ପାନୀ କର୍ତ୍ତୃପକ୍ଷ ଦାବି ପ୍ରତି କର୍ଣ୍ଣପାତ କରୁନଥିବାରୁ ଜିଲ୍ଲାପାଳଙ୍କ ହସ୍ତକ୍ଷେପ ଦାବି କରିଛି ଟ୍ରକ ମାଲିକ ସଙ୍ଘ। ସକାଳ ୬ ରୁ ସନ୍ଧ୍ୟା ୬ ପର୍ଯ୍ୟନ୍ତ ୧୨ ଘଣ୍ଟା ବନ୍ଦ ଡାକରା ଯୋଗୁଁ ଶୁକ୍ରବାର ଦିନ ସକାଳୁ ସକାଳୁ ସହର ର ଦୋକାନ ବଜାର ବନ୍ଦ ରହିଥିବା ବେଳେ ସୁନ୍ଦରଗଡ଼ ସହର ର ତିନୋଟି ପ୍ରବେଶ ପଥ ରାଣୀ ବଗିଚା ବାଇପାସ , କଲେଜ ବାଇପାସ, ଟୋଲଗେଟ ବାଇପାସ କୁ ଟ୍ରକ ମାଲିକ ମାନେ ଅବରୋଧ କରିଛନ୍ତି । ଫଳରେ ଗାଡି ମଟର ଚଳାଚଳ ଏବଂ ଏମ ସି ଏଲ କୋଇଲା ଖଣିରୁ କୋଇଲା ପରିବହନ ପ୍ରଭାବିତ ହୋଇଛି । ଗତକାଲି ଜିଲାପାଳ ଙ୍କ ହସ୍ତକ୍ଷେପ ଦାବି କରି ଜିଲ୍ଲାପାଳଙ୍କୁ ଟ୍ରକ ମାଲିକମାନେ ଭେଟିଥିବା ବେଳେ ଭଡା ବୃଦ୍ଧି କୁ ନେଇ ଜିଲ୍ଲାପାଳ କୌଣସି ସନ୍ତୋଷ ଜନକ ଜବାବ ନ ଦେବାରୁ ଟ୍ରକ ମାଲିକମାନେ ଏହି 12 ଘଣ୍ଟିଆ ବନ୍ଦ ଡାକରା ଦେଇଛନ୍ତି ।

Leave A Reply

Your email address will not be published.