ରାଉରକେଲା ବିମାନ ବନ୍ଦର ପରିସରରେ ଜଣେ ମହିଳାଙ୍କୁ ଦୁଷ୍କର୍ମ ଉଦ୍ୟମ ହୋଇଥିବା ଅଭିଯୋଗ ହୋଇଛି । ଏ ବାବଦରେ ଛେଣ୍ଡ ଥାନାରେ ମାମଲା ରଜ୍ଜୁ ହେବା ପରେ ପୋଲିସ ଅଭିଯୁକ୍ତ କୁ ଅଟକ ରଖି ତଦନ୍ତ କରୁଛନ୍ତି । ଅଭିଯୋଗ ଅନୁଯାୟୀ ବିମାନ ବନ୍ଦର ମଧ୍ୟରେ କାମରେ ନିୟୋଜିତ ଥିବା ଜଣେ ମହିଳାଙ୍କୁ ଉକ୍ତ ଏୟାରପୋର୍ଟ ମଧ୍ୟରେ ଥିବା ଏକ ତୈଳ କମ୍ପାନୀର କର୍ମଚାରୀ ବହୁଦିନ ହେଲା ଆପତ୍ତିଜନକ ବ୍ୟବହାର କରି ଆସୁଥିଲା । ଗୁରୁବାର ଦିନ କାମ ସାରି ମହିଳା ଜଣଙ୍କ ଦ୍ବିପ୍ରହରେ ବିଶ୍ରାମ ନେଉଥିବା ବେଳେ ଉକ୍ତ କର୍ମଚାରୀ ରୁମ ମଧ୍ୟରେ ପ୍ରବେଶ କରି ତାଙ୍କୁ ଦୁଷ୍କର୍ମ ଉଦ୍ୟମ କରିଥିବା ଛେଣ୍ଡ ଥାନାରେ ଅଭିଯୋଗ କରିଛନ୍ତି ପିଡିତା । ପୋଲିସ ଅଭିଯୁକ୍ତଙ୍କୁ ଅଟକ ରଖି ତଦନ୍ତ କରୁଛନ୍ତି ।