ବେଦବ୍ୟାସ ଶୈବପୀଠ ରେ ଲାଗୁ ହେବ ଧାରା୧୪୪।। ମହାଶିବରାତ୍ରି ରେ ରାଉରକେଲା ବେଦବ୍ୟାସ ଶୈବପୀଠ ରେ ଶ୍ରଦ୍ଧାଳୁଙ୍କ ପ୍ରବେଶ ନିଷେଧ।।

0 1,316

ପ୍ରସିଦ୍ଧ ବେଦବ୍ୟାସ ଶୈବପୀଠ ରେ ଚଳିତ ବର୍ଷ ମଧ୍ଯ କୋଭିଡ କଟକଣା ମଧ୍ଯରେ ମହାଶିବରାତ୍ରୀ ର ପୂଜନ ବିଦ୍ଧି ସଂପନ୍ନ କରାଯିବ । ମନ୍ଦିର ପରିସର ରେ ଆୟୋଜନ ହେଉଥିବା ପ୍ରସିଦ୍ଧ ବେଦବ୍ୟାସ ମେଳା, ପ୍ରଦର୍ଶନୀ ତଥା ସାଂସ୍କୃତିକ କାର୍ଯ୍ୟକ୍ରମରେ ମଧ୍ଯ ନିଷେଧାଜ୍ଞା ଜାରି କରାଯାଇଛି।

ଏଥିପାଇଁ ଜନସାଧାରଣଙ୍କୁ ସହଯୋଗ କରିବା ଲାଗି ପ୍ରଶାସନ ପକ୍ଷରୁ ଅନୁରୋଧ କରାଯାଉଛି। ଆଜି ଜିଲ୍ଲାପାଳ କାର୍ଯ୍ୟାଳୟ ପକ୍ଷରୁ ଏସଂପର୍କିତ ନିର୍ଦ୍ଦେଶନାମା ଜାରି କରାଯାଇଛି। କୋଭିଡ କଟକଣା ମଧ୍ଯରେ କେବଳ ୧୧ ପୂଜକମାନଙ୍କୁ ନେଇ ପୂଜାବିଧି କରାଯିବ। ବେଦବ୍ୟାସ ଟ୍ରଷ୍ଟ ର କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ପୂଜା ପୂର୍ବରୁ ମନ୍ଦିର ପରିସର ପରିସ୍କାର ପରିଛନ୍ନ କରିବା, ମନ୍ଦିର ରଙ୍ଗ କରିବା ସହିତ ଆବଶ୍ଯକୀୟ ସାମଗ୍ରୀ ଯୋଗାଇ ଦେବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ୨୮ତାରିଖ ସକାଳ ୬ ଘଟିକାରୁ ମନ୍ଦିର ପରିସର ବା ମେଲଣ ପଡିଆର ୫୦୦ ମିଟର ମଧ୍ଯ ରେ ୧୪୪ ଧାରା ଲାଗୁ କରା ହେବ ଏହା ୨ ମାର୍ଚ ସଂଧ୍ଯା ୬ ଘଟିକା ପର୍ଯ୍ୟନ୍ତ ବଳବତ୍ତର ରହିବ। ଜନ ସମାଗମ କୁ ଏଡାଇବା ତଥା ଆଇନଶୃଙ୍ଖଳା ବଜାୟ ରଖିବା ପାଇଁ ବ୍ୟାପକ ପୁଲିସ ଫୋର୍ସ ମୁତୟନ କରାଯିବ। ଏହାଛଡା ପିଡବ୍ଲ୍ୟୁଡି ବିଭାଗର ଅଧିକାରୀ ଙ୍କ ୁ ମନ୍ଦିର ଚତ୍ତୁ ପାର୍ଶ୍ବ ରେ ବ୍ୟାରିକେଡ କରିବାକୁ, ଆରଜିଏଚ କୁ ଆମ୍ବୁଲାନ୍ସ, ଅଗ୍ନିଶମ ବିଭାଗ କୁ ଅଗ୍ନି ନିର୍ବାପକ ବ୍ୟବସ୍ଥା କରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି

Leave A Reply

Your email address will not be published.