ବିଜେଡି ରାଜ୍ୟସଭା ସଦସ୍ୟ ସସ୍ମିତ ପାତ୍ର ଙ୍କ ନିର୍ବାଚନ ଆଚରଣ ବିଧି ଉଲଙ୍ଘନ ଅଭିଯୋଗ।। ଗ୍ରାମବାସୀ ଙ୍କ ବିରୋଧର ସମ୍ମୁଖୀନ ହେଲେ ସସ୍ମିତ।

0 586

ଆସନ୍ତାକାଲି ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ର ଅନ୍ତିମ ତଥା ପଞ୍ଚମ ପର୍ଯ୍ୟାୟ ଭୋଟ ଗ୍ରହଣ ହେବ। ଏଥି ଲାଗି ଗତ କାଲି ଅପରାହ୍ନ ୪ଟା ରୁ ପ୍ରଚାର ଶେଷ ହୋଇଯାଇଛି । ତେବେ ଆଜି ବିଜେଡି ନେତା ତଥା ରାଜ୍ୟସଭା ସାଂସଦ ସସ୍ମିତ ପାତ୍ର ନିଜ ଦଳୀୟ ସମର୍ଥକ ଙ୍କ ସହିତ ସୁନ୍ଦରଗଡ଼ ଜିଲ୍ଲା ଟାଙ୍ଗରପାଲି ବ୍ଲକ ର ‘କ’ ଜୋନ ରେ ବିଭିନ୍ନ ଅଞ୍ଚଳରେ ଘରକୁ ଘର ବୁଲି ପ୍ରଚାର କରୁଥିବା ଅଭିଯୋଗ ହୋଇଛି । ଯାହାକୁ ନେଇ ଅଞ୍ଚଳ ରେ ଚାପା ଉତ୍ତେଜନା ଦେଖାଦେଇଛି । କେତେକ ସ୍ଥାନରେ ଗ୍ରାମବାସୀ ଏହାକୁ ବିରୋଧ ମଧ୍ୟ କରିଛନ୍ତି। ଏହା ସଁମ୍ପୁର୍ଣ୍ଣ ଭାବରେ ନିର୍ବାଚନ ଆଚରଣ ବିଧିର ଉଲଘଂନ ବୋଲି ଅଭିଯୋଗ ହେଉଛି । ଟାଙ୍ଗରପାଲି ବ୍ଲକର ରେଣ୍ଡା , ଯୋଗିମାଳ, ମଂଗସପୁର ଏବଂ ବିଲେଇଗଡ଼ ଅଞ୍ଚଳରେ ସସ୍ମିତ ବୁଲୁଥିବା ବେଳେ ରେଣ୍ଡା ଗାଁ ରେ ତାଙ୍କୁ ବିରୋଧ ର ସମ୍ମୁଖୀନ ହେବାକୁ ପଡିଛି । ଖବର ପାଇ ପୋଲିସ ଏବଂ ନିର୍ବାଚନ ଦାୟିତ୍ୱ ରେ ଥିବା ଅଧିକାରୀ ମାନେ ଘଟଣାସ୍ଥଳ ଯାଉଥିବା ସୂଚନା ମିଳିଛି ।

Leave A Reply

Your email address will not be published.