ନାଳ ରେ ଗାଧୋଉଥିବା ବେଳେ ଭାସି ଯାଇ ଜଣେ ନାବାଳକଙ୍କ ମୃତ୍ୟୁ । ଦୁଇ ନାବାଳକ ଉଦ୍ଧାର ।

0 1,008

ରାଉରକେଲା ଜଲଦା ମୁଣ୍ଡାବସ୍ତି ନିକଟରେ ଥିବା ନାଳରେ ଗାଧୋଉଥିବା ବେଳେ ବନ୍ୟା ପାଣି ମାଡି ଆସିବାରୁ ଆଜି ଅପରାହ୍ନ ରେ ତିନିଜଣ ନାବାଳକ ଭାସି ଯାଇଥିଲେ l ଦୁଇ ଜଣଙ୍କୁ ସ୍ଥାନୀୟ ଲୋକମାନେ ଉଦ୍ଧାର କରିଥିବା ବେଳେ ଜଣେ ନାବାଳକ ପାଣିରେ ବୁଡି ମୃତ୍ୟୁ ବରଣ କରିଛନ୍ତି । ମୃତକ ନାବାଳକ ଯଲଦା ଏ ବି ସି କଲୋନୀ ରେ ରାହୁଥିଲେ ।

ତାଙ୍କ ନାମ ଆକାଶ ଯାଦବ । ଉକ୍ତ ଅଞ୍ଚଳରେ ସେ ଛୋଟୁ ନାମରେ ପରିଚିତ ଥିଲେ । ଜଲଦା ଫାଣ୍ଡି ପୁଲିସ ଶବ ଜବତ କରି ବ୍ୟବଛେଦ ପାଇଁ ରାଉରକେଲା ସରକାରୀ ହିସ୍ପିଟାଲକୁ ପଠାଇଛନ୍ତି l ମିଳିଥିବା ସୂଚନା ମୁତାବକ ଆଜି ଅପରାହ୍ନ ପ୍ରାୟ ଗୋଟାଏ ବେଳେ ଛୋଟୁ ତାର ସାଥି ରୋଶନ ଚୌଧୁରୀ ଓ ଅନ୍ୟ ଜଣେ ନାବାଳକ ସାଙ୍ଗ ସହ ନାଳରେ ପଶି ଗାଧୋଉ ଥିବା ବେଳେ ହଠାତ ବନ୍ୟା ପାଣି ପଶି ଆସିଥିଲା l ପ୍ରଖର ସ୍ରୋତରେ ତିନିଜଣ ଭାସି ଯାଇଥିଲେ । ସ୍ଥାନୀୟ ଲୋକମାନେ ଦୁଇ ଜଣଙ୍କୁ ଉଦ୍ଧାର କରିବାରେ ସକ୍ଷମ ହୋଇଥିବା ବେଳେ ଛୋଟୁ କୁ ଉଦ୍ଧାର କରି ପାରି ନଥିଲେ ।

Leave A Reply

Your email address will not be published.