ରାସ୍ତା ଉପରେ ତିନି ଫୁଟର ପାଣି।ଯାନ ବାହାନ ଚଳାଚଳ ବାଧାପ୍ରାପ୍ତ।

0 573

ସୁନ୍ଦରଗଡ଼ ଜିଲ୍ଲାରେ ତିନିଦିନ ହେଲା ବର୍ଷା ଲାଗି ରହିଥିବାରୁ ବିଭିନ୍ନ ସ୍ଥାନରେ ଘାଇ ହେବା ସହ ସାଧାରଣ ଜୀବନ ଯାତ୍ରା ବ୍ୟାହତ ହୋଇଛି। ବଣାଇ ବ୍ଲକ ର ଜlଙ୍ଗଳା ରୁ ସଂଯୋଗ କରୁଥିବା ସିଆଁ ଜୋର ନିକଟରେ ଥିବା ପୋଲ ଉପରେ ଏବଂ ରାସ୍ତାରେ ପାଣି ଚାଲୁଥିବା ରୁ ଯାତାୟାତ ରେ ବାଧା ସୃଷ୍ଟି ହୋଇଛି।

3 କିଲୋମିଟର ବ୍ୟାପି ରାସ୍ତା ଉପରେ ପାଣି ଚାଲୁ ଥିବା ରୁ ଉଭୟ ପଟେ ଯାନ ବାହାନ ଅଟକି ରହିଛି। ପାହାଡ଼ ଉପରୁ ଆସୁଥିବା ବର୍ଷା ପଣିରେ ବୁଡି ଏକର ଏକର ଧାନ ଚାଷ ନଷ୍ଟ ହେବା ର ଆଶଙ୍କା ସୃଷ୍ଟି ହୋଇଛି । ଉକ୍ତ ରାସ୍ତା ଦେଇ ରାଉରକେଲା ରୁ ଭୁବନେଶ୍ୱର, କେନ୍ଦୁଝର କେନ୍ଦ୍ରାପଡ଼ା ପ୍ରଭୁତି ସ୍ଥାନକୁ ଯିବାକୁ ଲୋକମାନଙ୍କ ସୁବିଧା ଥିବା ରୁ ଏହି ରାସ୍ତା ଦେଇ ପ୍ରତିଦିନ ଯାତାୟାତ ଲାଗି ରହିଥାଏ । ଗତବର୍ଷ ପ୍ରବଳ ସ୍ରୋତରେ ଏକ କାର ଏଠାରେ ଭାସି ଯାଇଥିଲା । ଫାୟାର ବ୍ରିଗେଡ଼ ଟିମ କାର ଆରୋହୀଙ୍କୁ ଉଦ୍ଧାର କରିଥିଲେ । ଏଠାରେ ଏକ ସ୍ଥାୟୀ ବ୍ରିଜ ନିର୍ମାଣ କରିବାକୁ ସ୍ଥାନୀୟ ଲୋକ ମାନେ ଦାବି କରିଛନ୍ତି ।

Leave A Reply

Your email address will not be published.