ସୁନ୍ଦରଗଡରେ ପଞ୍ଚାୟତ ନିର୍ବାଚନ ଲାଗି ପ୍ରଚାର କଲେ ଅଭିନେତା ଶ୍ରିତମ ଦାସ।। ବିଧାୟକ କୁସୁମ
ଟେଟେ ମଧ୍ୟ ପ୍ରଚାର ରେ ସାମିଲ।
ତୃତୀୟ ପର୍ଯ୍ୟାୟ ପାଇଁ ମତଦାନ ଆଜି ସରି ଯାଇଛି। ଅନ୍ୟପଟେ ଚତୁର୍ଥ ପର୍ଯ୍ୟାୟ ପାଇଁ ପ୍ରଚାର ର ଆଜି ଶେଷ ଦିନ । ସମସ୍ତ ଦଳ ଶେଷ ଦିନରେ ପ୍ରଚାରକୁ ଜୋରସୋର କରିଥିବା ବେଳେ ବିଜେପି ମଧ୍ୟ ପୁରା ଜୋର ଲଗାଇ ଦେଇଛି । ଆଜି ସୁନ୍ଦରଗଡ଼ ରେ ପ୍ରଚାର କୁ ଜୋରଦାର କରିଛି ବିଜେପି ।

ଲେଫ୍ରିପଡା ଓ ହେମଗିରି ଅଞ୍ଚଳରେ ବିଧାୟିକା କୁସୁମ ଟେଟେ ଓ ଅଭିନେତା ତଥା ବିଜେପି ନେତା ଶ୍ରିତମ ଦାସ ଗାଁ କୁ ଗାଁ ଯାଇ ବିଜେପି ପ୍ରାର୍ଥୀ ମାନଙ୍କ ପାଇଁ ପ୍ରଚାର କରୁଛନ୍ତି । ସେଥି ମଧ୍ୟରେ ରେ ଦେଖିବାକୁ ମିଳିଛି କିଛି ରୋଚକ ଦୃଶ୍ୟ। ଭୋଟର ମାନଙ୍କୁ ନିଜ ଦଳ ପ୍ରତି ଆକୃଷ୍ଟ କରିବା ପାଇଁ ଶ୍ରିତମ ଏବଂ ବିଧାୟିକା କୁସୁମ ଟେଟେ ସ୍ଥାନୀୟ ଅଧିବାସୀଙ୍କ ସହ ମିଶି ଆଦିବାସୀ ନୃତ୍ୟ କରୁଛନ୍ତି । ଚଳିତ ନିର୍ବାଚନ ରେ କୌଣସି ଦଳର ଷ୍ଟାର ପ୍ରଚାରକ ପ୍ରଚାର କରିନଥିବା ବେଳେ ଆଜି ଅଭିନେତା ଶ୍ରିତମଙ୍କ ପ୍ରଚାର ଯୋଗୁଁ ବେଶ ଉତ୍ସାହିତ ଅଛନ୍ତି ବିଜେପି କର୍ମୀ ।