ରାଉରକେଲା ପାନପୋଷ ହକି ଛକ ନିକଟରେ ହାଇୱ। ଧକ୍କାରେ ସାଇକେଲ ଆରୋହି ଙ୍କ ମୃତ୍ୟୁ କୁ ନେଇ ଉତ୍ତେଜନା।। କ୍ଷତିପୂରଣ ଦାବିରେ ୧୪୩ ନମ୍ବର ଜାତୀୟ ରାଜପଥ ଅବରୋଧ।
ରାଉରକେଲା ପାନପୋଷ ହକି ଛକ ନିକଟ ୧୪୩ ନମ୍ବର ଜାତୀୟ ରାଜପଥ ନିକଟରେ ହାଇୱ। ଦୁର୍ଘଟଣାରେ ଜଣେ ସାଇକେଲ ଆରୋହୀଙ୍କ ମୃତ୍ୟୁ କୁ ନେଇ ଉତ୍ତେଜନା ଦେଖାଦେଇଥିଲା।

କ୍ଷତିପୂରଣ ଦାବିରେ ସ୍ଥାନୀୟ ଲୋକମାନେ ରାଜପଥ କୁ ଅବରୋଧ କରିଥିଲେ। ଫଳରେ ଉଭୟ ସାଇଡ ରେ ଶହ ଶହ ଯାନ ବାହାନ ଅଟକି ରହିଥିଲା। ପାନପୋଷ ନିକଟ ୧୪୩ ନମ୍ବର ଜାତୀୟ ରାଜପଥର ଶୋଚନୀୟ ଅବସ୍ଥା ଯୋଗୁଁ ବାରମ୍ବାର ସେଠାରେ ଦୁର୍ଘଟଣା ଘଟୁଥିବା ସ୍ଥାନୀୟ ଲୋକମାନେ ଅଭିଯୋଗ କରିଥିଲେ। ଖୁବ ଶୀଘ୍ର ଜାତୀୟ ରାଜପଥ ମରାମତି କରିବାକୁ ସ୍ଥାନୀୟ ଲୋକମାନେ ଦାବି କରିଥିଲେ । ପରେ ଘଟଣା ସ୍ଥଳରେ ରଘୁନାଥପାଲି ଥାନା ପୋଲିସ ପହଁଚି ଲୋକଙ୍କୁ ବୁଝାସୁଝା କରିବା ପରେ ରାସ୍ତା ଅବରୋଧ ହଟିଥିଲା। ଦୁର୍ଘଟଣା ଘଟାଇଥିବା ଗାଡି ର ଡ୍ରାଇଭର ଥାନାରେ ଆତ୍ମସମର୍ପଣ କରିଥିବା ବେଳେ ପୋଲିସ ଗାଡିକୁ ଜବତ କରି ତଦନ୍ତ କରୁଛନ୍ତି।