ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଲାଗି ସୁନ୍ଦରଗଡ଼ ଜିଲ୍ଲାରେ ପ୍ରଥମ ପର୍ଯ୍ୟାୟ ଭୋଟ ଗ୍ରହଣ ଆରମ୍ଭ।। 4 ଟି ବ୍ଲକ ରେ 9 ଟି ଜିଲ୍ଲା ପରିଷଦ ଯୋନ ଲାଗି ହେଉଛି ଭୋଟ ଗ୍ରହଣ।

0 428

ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଲାଗି ପ୍ରଥମ ପର୍ୟ୍ୟାୟରେ ଆଜି ଭୋଟ ଗ୍ରହଣ ଆରମ୍ଭ ହୋଇଛି। ସୁନ୍ଦରଗଡ଼ ଜିଲ୍ଲାର ୪ ଟି ବ୍ଲକ ରେ ତ୍ରିସ୍ତରିୟ ପଞ୍ଚାୟତ ନିର୍ବାଚନ ଲାଗି ଭୋଟ ଗ୍ରହଣ କରାଯାଉଛି।

ବଡ଼ଗାଁ , କୁଆରମୁଣ୍ଡା , ଲାଠିକଟା ଏବଂ ବଣାଇଗଡ଼ ବ୍ଲକ ରେ ୮ ଟି ଜିଲ୍ଲା ପରିଷଦ ଲାଗି ଭୋଟ ଗ୍ରହଣ କରାଯାଉଛି। ସମୁଦାୟ ୬୬ ଟି ଗ୍ରାମ ପଞ୍ଚାୟତ ର ୮୭୩ ଟି ବୁଥ ରେ ଭୋଟ ଗ୍ରହଣ ଶାନ୍ତି ଶୃଙ୍ଖଳା ସହ ଚାଲିଛି। ସକାଳୁ ସକାଳୁ ବିଭିନ୍ନ ବୁଥ ରେ ଭୋଟର ମାନଙ୍କ ଲମ୍ବା ଲାଇନ ଦେଖିବାକୁ ମିଳିଛି । ଭୋଟ ଗ୍ରହଣ ଲାଗି ବିଭିନ୍ନ ବ୍ଲକ ରୁ ବାଲଟ ବକ୍ସ , ବାଲଟ ପେପର ଗତକାଲି ଠାରୁ ଜିଲ୍ଲାର ବିଭିନ୍ନ ପୋଲିଙ୍ଗ ବୁଥ ରେ ପହଞ୍ଚି ଯାଇଥିଲା।
ସକାଳ ୭ଟାରୁ ଆରମ୍ଭ ହୋଇଥିବା ଭୋଟ ଗ୍ରହଣ ଲାଗି ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଥିବା ବେଳେ ଏହି ଭୋଟଦାନ ଦିନ ଗୋଟାଏ ପର୍ଯ୍ୟନ୍ତ ଚାଲିବ।

Leave A Reply

Your email address will not be published.