ରାଉରକେଲା ଉଦିତନଗର ରେ ଦୁଇ ବାଇକ ମୁହାଁମୁହିଁ ଧକ୍କା।। ଦୁଇ ବାଇକ ଆରୋହି ଗୁରୁତର ଆହତ।। ହସପିଟାଲ ରେ ଭର୍ତ୍ତି।

0 633

ରାଉରକେଲା ଉଦିତନଗର ପରେଡ଼ ପଡିଆ ନିକଟରେ ମଙ୍ଗଳବାର ଅପରାହ୍ନ ରେ ଦୁଇଟି ବାଇକ ମୁହାଁ ମୁହିଁ ଧକ୍କା ହେବା ଫଳରେ ଦୁଇଜଣ ଗୁରୁତର ଆହତ ହୋଇଛନ୍ତି। ଆହତ ଦ୍ୱୟଙ୍କୁ ସ୍ଥାନୀୟ କିଛି ଯୁବକ ଏବଂ ‘ରକ୍ଷକ’ ଟିମ ର ସଦସ୍ୟ ମାନେ ତୁରନ୍ତ ୧୦୮ ଆମ୍ବୁଲାନ୍ସ ରେ ହସପିଟାଲ ପଠାଇ ଦେଇଛନ୍ତି।

ସୂଚନା ଅନୁଯାୟୀ ପରେଡ଼ ପଡ଼ିଆର ପ୍ରଥମ ଗେଟ ନିକଟରେ ଏହି ଦୁର୍ଘଟଣା ଘଟିଛି। ବାଇକ ଦୁଇଟି ବିପରୀତ ଦିଗରୁ ଆସୁଥିବା ବେଳେ ମୁହାଁମୁହିଁ ଧକ୍କା ହୋଇଥିଲା। ଫଳରେ ଉଭୟ ଗାଡିର ଆରୋହି ରାସ୍ତା ଉପରେ ଛିଟିକି ପଡ଼ିଥିଲେ। ଜଣଙ୍କ ର ଗୋଡ ମୁଣ୍ଡରେ ଆଘାତ ସହ ଗୋଡ଼ ଭାଙ୍ଗି ଯାଇଥିବା ବେଳେ ଅନ୍ୟ ଜଣେ ଗୁରୁତର ଆଘାତପ୍ରାପ୍ତ ହୋଇଛନ୍ତି। ସ୍ଥାନୀୟ ଲୋକମାନେ ତୁରନ୍ତ ୧୦୮ ଆମ୍ବୁଲାନ୍ସ କୁ ଡକାଇଥିଲେ ଏବଂ ଆହତଙ୍କୁ ହସପିଟାଲ ପଠାଇଥିଲେ । ଏବେ ସରକାରୀ ହସପିଟାଲରେ ଚିକତ୍ସା ସହ ବିଭିନ୍ନ ଘରୋଇ ହସପିଟାଲ ରେ ମଧ୍ୟ ୪୮ ଘଣ୍ଟା ପର୍ଯ୍ୟନ୍ତ ଦୁର୍ଘଟଣା ଗ୍ରସ୍ତଙ୍କ ମାଗଣା ଚିକିତ୍ସା ହେଉଛି। ରାଉରକେଲା ଜେ ପି ହସପିଟାଲ ୪୮ ଘଣ୍ଟା ପର୍ଯ୍ୟନ୍ତ ମାଗଣା ଚିକିତ୍ସା ଲାଗି ବିଭିନ୍ନ ମାଧ୍ୟମରେ ସୂଚନା ମଧ୍ୟ ଦେଇଛନ୍ତି। ତେଣୁ କୌଣସି ସ୍ଥାନରେ ଦୁର୍ଘଟଣା ହେଲେ ଯଥା ଶୀଘ୍ର ଆହତଙ୍କୁ ନିକଟସ୍ଥ ହସପିଟାଲ ପଠାଇବାକୁ ପ୍ରଶାସନ ପକ୍ଷରୁ ନିବେଦନ କରାଯାଇଛି।

Leave A Reply

Your email address will not be published.